ବିହାରର ଦିବ୍ୟାଙ୍ଗ ଛାତ୍ରୀଙ୍କୁ ସାହାଯ୍ୟର ହାତ ବଢାଇଲେ ସୋନୁ ସୁଦ
ଲୋକଙ୍କୁ ସାହାଯ୍ୟ କରିବା ପରେ ଅଧିକ ଲୋକପ୍ରିୟ ହୋଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ଲକ ଡାଉନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରି ଭଗବାନ ପାଲଟିଥିଲେ ସୋନୁ। ଏବେ ବିହାରର ଜଣେ କୁନି ଝିଅ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ।
ନୂଆଦିଲ୍ଲୀ: ଲୋକଙ୍କୁ ସାହାଯ୍ୟ କରିବା ପରେ ଅଧିକ ଲୋକପ୍ରିୟ ହୋଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ଲକ ଡାଉନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରି ଭଗବାନ ପାଲଟିଥିଲେ ସୋନୁ। ଏବେ ବିହାରର ଜଣେ କୁନି ଝିଅ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ଦିବ୍ୟାଙ୍ଗ ଝିଅ ସୀମାକୁ ନିଜ ଗୋଡରେ ଠିଆ ହେବାର ସମୟ ଆସିଛି ବୋଲି କହି ସୋନୁ ଟ୍ୱିଟ କରିଛନ୍ତି । ଗୋଟିଏ ଗୋଡରେ ପ୍ରାୟ 1 କିଲୋମିଟର ଦୂର ପର୍ଯ୍ୟନ୍ତ ଚାଲି ଚାଲି ସ୍କୁଲକୁ ଯାଆନ୍ତି ସୀମା । ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ସୋନୁ ତାଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି ।

ପାଠ ପଢିବାର ନିଶା ଆଉ ଇଚ୍ଛାଶକ୍ତି ଆଗରେ ହାର ମାନିଛି ତାଙ୍କର ଏହି ଦିବ୍ୟାାଙ୍ଗତା । ଏବେ ଆଉ ଗୋଟିଏ ନୁହେଁ ଦୁଇଟି ପାଦରେ ସ୍କୁଲ ଯିବେ ସୀମା, ଦୁଇ ଗୋଡରେ ଚାଲିବାର ସମୟ ଆସିଯାଇଛି । ଏମିତି ଲେଖି ଟ୍ୱିଟରରେ ପୋଷ୍ଟ କରିଛନ୍ତି ସୋନୁ ସୁଦ ।
ଏକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇ ବସିଥିଲେ ସୀମା । କିନ୍ତୁ ସେ ଗୋଡ ହରାଇବା ପରେ କେବେ ପାଠପଢା ଛାଡି ନାହାଁନ୍ତି। ନିଜର ସାହସ ଇଚ୍ଛାଶକ୍ତି ଯୋଗୁଁ ସେ ଗୋଟିଏ ଗୋଡରେ ପାଠ ପଢିବା ପାଇଁ ସ୍କୁଲ ଯାଉଛନ୍ତି । ଭବିଷ୍ୟତରେ ଶିକ୍ଷୟତ୍ରୀ ହେବାର ସ୍ୱପ୍ନ ଅଛି ବୋଲି ସୀମା କହନ୍ତି । ସୁବେର ଭବନ ନିର୍ମାଣ ମନ୍ତ୍ରୀ ଅଶୋକ ଚୌଧୂରୀ ମଧ୍ୟ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
-
ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଭବିଷ୍ୟବାଣୀ, ସୋସିଆଲ ମିଡ଼ିଆରେ ଆତଙ୍କ -
ଟାଇଁ ଟାଇଁ ଖରା, ୩୯ ଡିଗ୍ରୀ ଛୁଇଁପାରେ ପାରଦ -
ଇରାନର ଡ୍ରୋନ୍ ଶକ୍ତି ଦେଖି ଆମେରିକା ଆଶ୍ଚର୍ଯ୍ୟ -
ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ? କ'ଣ ଖାଇବେ, କ'ଣ ପିଇବେ ? -
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇଂଲଣ୍ଡର ବଡ଼ ନିଷ୍ପତ୍ତି, ବାତିଲ କଲା ଗସ୍ତ -
ମଧ୍ୟପାଚ୍ୟରେ ମହାଯୁଦ୍ଧ;ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ୩୦୦ ପରମାଣୁ ବୋମାରେ ସନ୍ତୁଷ୍ଟ ନୁହେଁ,ନିଜର ବୃଦ୍ଧି କରିବ -
ମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ... -
୪୪ଟି ସରକାରୀ ସ୍କୁଲ ପାଇଁ ଏକ ବଡ଼ ଘୋଷଣା କଲେ ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା -
ଆମେରିକୀୟଙ୍କୁ ୧୪ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି -
ଷ୍ଟ୍ରେଟ୍ ଅଫ ହରମୁଜକୁ ବନ୍ଦ କଲା ଇରାନ, କୌଣସି ବି ଜାହାଜ ଅତିକ୍ରମ କଲେ ଧ୍ବଂସ କରିବାକୁ ଚେତାବନୀ -
ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ରାତିରେ ମହାପ୍ରଭୁଙ୍କ ସୁନାବେଶ -
ଦିଲ୍ଲୀପଙ୍କୁ ସମର୍ଥନ ଦେବ ବିଜେପି












Click it and Unblock the Notifications