ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହ ସୋନିଆଙ୍କ ସମ୍ପୃକ୍ତି ! ସାଙ୍ଘାତିକ ଅଭିଯୋଗ ଆଣିଲା ବିଜେପି

ଭାରତ ବିରୋଧରେ ବିଭ୍ରାନ୍ତିକର ପ୍ରଚାର ପ୍ରସାରଣ କରୁଥିବା ଅନ୍ୟତମ ବିଲିଓନେୟର୍‌ ଜର୍ଜ ସୋରୋସ୍‌ଙ୍କ ସହ ରହିଛି କଂଗ୍ରେସର ସମ୍ପର୍କ। ସୋରୋସ୍‌ଙ୍କ ପାଣ୍ଠିରେ ଚାଲିଥିବା ଏନ୍‌ଜିଓ ଏଫ୍‌ଡିଏଲ୍‌-ଏପି ଫାଉଣ୍ଡେସନର ସହ-ଅଧ୍ୟକ୍ଷ ଅଛନ୍ତି ସୋନିଆ ଗାନ୍ଧି। ଏହି ସଂସ୍ଥା ଭାରତ ବିରୋଧୀ ଆଭିମୁଖ୍ୟ ଦ୍ୱାରା ପରିଚାଳିତ। ଏଭଳି କିଛି ବଡ଼ ଅଭିଯୋଗ ଆଣିଛି ବିଜେପି। ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି।

ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କଂଗ୍ରେସକୁ କଡ଼ା ଟାର୍ଗେଟ୍‌ କରିଛନ୍ତି। କିରଣ ରିଜିଜୁ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହାକୁ ମୁଁ ରାଜନୀତିରୁ ଦୂରେଇ ରଖି ଉଠାଇବାକୁ ଚାହୁଁଛି। ସେ କହିଛନ୍ତି ଯେ ସୋନିଆ ଗାନ୍ଧି ଏବଂ ଜର୍ଜ ସୋରୋସଙ୍କ ମଧ୍ୟରେ ଥିବା ସମ୍ପର୍କର ଯେଉଁ କଥା ସାମ୍ନାକୁ ଆସିଛି ତାହା ବେଶ୍‌ ଗୁରୁତର।

ଗୋଟିଏ ପଟେ ସୋରୋସ୍‌ଙ୍କ ସହାୟତାରେ ଚାଲିଥିବା ସଂଗଠନରେ ସୋନିଆ କାର୍ଯ୍ୟକର୍ତ୍ତା ଥିବା ବେଳେ ଅନ୍ୟପକ୍ଷରେ ତାଙ୍କ ପୁଅ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋରୋସ୍‌ଙ୍କ ଭାରତ ବିରୋଧୀ ଚିନ୍ତାଧାରା ସହ ତାଳ ମିଶାଇ କାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଏହା ଏକ ଏଭଳି ସଂଗଠନ ଯାହା ସ୍ୱତନ୍ତ୍ର କାଶ୍ମୀରକୁ ସମର୍ଥନ କରେ। କେବଳ ଏତିକି ନୁହେଁ, ଏହି ସଙ୍ଗଠନକୁ ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସଙ୍କ ଫାଉଣ୍ଡେସନରୁ ଟଙ୍କା ମିଳେ ବୋଲି ବିଜେପି ଅଭିଯୋଗ ଆଣିଛି।

ବିଜେପି ରବିବାର ସୋନିଆ ଗାନ୍ଧି ଏବଂ କଂଗ୍ରେସ ଦଳ ଉପରେ ସୋଶାଲ ମିଡିଆ ସାଇଟ୍ X ରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ପ୍ରଶ୍ନ ଉଠାଇଥିଲା। ବିଜେପି ଅଭିଯୋଗ କରିଛି ଯେ ସୋନିଆ ଗାନ୍ଧି, ଏଫଡିଏଲ୍-ଏପି ଫାଉଣ୍ଡେସନର ସହ-ଚେୟାରମ୍ୟାନ୍ ଭାବରେ ଜର୍ଜ ସୋରୋସ୍ ଫାଉଣ୍ଡେସନ୍ ଦ୍ୱାରା ଅନୁଦାନ ପ୍ରାପ୍ତ ଏକ ସଂଗଠନ ସହ ଜଡିତ। ବିଜେପି କହିଛି ଯେ ଏହି ସଂଯୋଗ ଭାରତର ବିକାଶକୁ ରୋକିବା ପାଇଁ ଜର୍ଜ ସୋରୋସ ଏବଂ କଂଗ୍ରେସ ଦଳର ଚିନ୍ତାଧାରାକୁ ଦର୍ଶାଉଛି।

ଜର୍ଜ ସୋରୋସ୍‌ ଫାଉଣ୍ଡେସନର ସହଯୋଗୀ ସଂଗଠନ ଡେମୋକ୍ରାଟିକ୍‌ ଲିଡର୍ସ ଇନ୍‌ ଏସିଆ ପାସିଫିକ୍‌ (ଏଫ୍‌ଡିଏଲ-ଏପି)ର ସହ-ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧୀଙ୍କ ଦାୟିତ୍ୱ ସଂପର୍କରେ କେତେକ ପ୍ରମାଣ ମଧ୍ୟ ଏହି ପୋଷ୍ଟରେ ବିଜେପି ଉଲ୍ଲେଖ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+