ଆସନ୍ତାକାଲି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ସୋନିଆ ଗାନ୍ଧି

Rajya Sabha Elections 2024: କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧି ବୁଧବାର ଅର୍ଥାତ୍ ଫେବୃଆରୀ 13ରେ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧିଙ୍କୁ ଏହି ଅଫର ଦିଆଯାଇଥିଲା କିନ୍ତୁ ସେ ମନା କରିଦେଇଥିଲେ। ସୋନିଆ ଗାନ୍ଧି ବର୍ତ୍ତମାନ ଉତ୍ତରପ୍ରଦେଶର ରାବରେଲି ଆସନରୁ ଲୋକସଭା ସାଂସଦ ଅଛନ୍ତି।

Sonia Gandhi

ସୂତ୍ରରୁ ପ୍ରକାଶ ଯେ ସେ ରାଜସ୍ଥାନ କିମ୍ବା ହିମାଚଳ ପ୍ରଦେଶରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ସୋନିଆ । ଏଥି ସହିତ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଏଥର ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ସୂଚନା ରହିଛି ।

ସୋମବାର (ଫେବୃଆରୀ 12), କଂଗ୍ରେସର ବରିଷ୍ଠ ନେତାମାନେ ଆଗାମୀ ଲୋକସଭା ନିର୍ବାଚନ 2024 ପାଇଁ ଆସନ ବଣ୍ଟନ ସମ୍ପର୍କରେ ଇଣ୍ତିଆ ଆଲାଇନ୍ସ ଦଳ ନେତାଙ୍କ ସହ ଏକ ବୈଠକ କରାଯାଇଥିଲା । ଏହି ସମୟରେ କଂଗ୍ରେସ ନେତା ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ରାଜ୍ୟସଭାକୁ ପଠାଯିବା ନେଇ ଆଲୋଚନା ହୋଇଥିଲା। ହେଲେ ପ୍ରିୟଙ୍କା ଗାନ୍ଧି ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଏହା ପରେ ସୋନିଆ ଗାନ୍ଧି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ନେଇ ସୂଚନା ରହିଛି ।

ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସୋନିଆ ଗାନ୍ଧି ଆଉ ଲୋକସଭା ନିର୍ବାଚନା ଲଢିବେ ନାହିଁ । ହେଲେ ସେ ରାଜନୀତିରେ ସକ୍ରିୟ ରହିବେ ସେ ରାଜସ୍ଥାନରୁ ରାଜ୍ୟସଭା ଯାଇପାରନ୍ତି । ସେହିପରି ଚର୍ଚ୍ଚା ହେଉଛି ଯେ, ଏଥର ରାଏ ବରେରୀରୁ ପ୍ରିୟଙ୍କା ଗାନ୍ଧି ଲୋକସଭା ନିର୍ବାଚନ ଲଢିପାରନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ପ୍ରଥମ ଥପ ପାଇଁ ପ୍ରିୟଙ୍କା ଗାନ୍ଧି ପ୍ରତ୍ୟେକ୍ଷ
ନିର୍ବାଚନ ଲଢିବାକୁ ମୈଦାନକୁ ଓହ୍ଲାଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ରହିଛି ।

ଏହାପୂର୍ବରୁ, 2019ରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସୋନିଆ ଗାନ୍ଧି କହିଥିଲେ ଯେ, ଏହା ତାଙ୍କର ଶେଷ ନିର୍ବାଚନ। କଂଗ୍ରେସର ବରିଷ୍ଠ ନେତା 1999 ମସିହାରୁ ଲୋକସଭାର ସଦସ୍ୟ ରହିଆସିଛନ୍ତି। ଏହା ପ୍ରଥମ ଥର ହେବ ଯେ ସେ ଉପର ଗୃହରେ ପହଞ୍ଚିବେ। ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ଗୋଟିଏ ଲୋକସଭା ଆସନରେ କଂଗ୍ରେସର ବିଜୟ ହୋଇଥିଲା । ରାଏ ବରେଲୀରୁ ସୋନିଆ ଗାନ୍ଧି ଜିତିଥିଲେ ହେଲେ ଦଳର ଗଡ଼ କୁହାଯାଉଥିବା ଆମେଥିରୁ ରାହୁଲ ଗାନ୍ଧି ନିର୍ବାଚନା ହାରି ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+