ମନମୋହନ ସିଂଙ୍କ ନିଷ୍ପତ୍ତି ବଦଳାଉଥିଲେ ସୋନିଆ ଗାନ୍ଧୀ, ୟୁପିଏ ସରକାର ଉପରେ ବଡ ଖୁଲାସା କଲେ ଆରପି ସିଂ
ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ତଥା କେନ୍ଦ୍ର ଗୃହ ସଚିବ ଥିବା ଆର.କେ ସିଂ ଅନେକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରୁଥିଲେ । ଏକ ଘରୋଇ ଟିଭି ଚ୍ୟାନେଲରେ ଆର.କେ ସିଂଙ୍କୁ ପଚରାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମନମୋହନ ସିଂଙ୍କ କାର୍ଯ୍ୟରେ କେତେ ପାର୍ଥକ୍ୟ ଅଛି? ଏହାର ଉତ୍ତରରେ ସେ କହିଛନ୍ତି, " ମୁଁ ଏକ ଉଦାହରଣ ଦେଉଛି । ଆମ ସମୟରେ ବିପର୍ଯ୍ୟୟ ପରିଚାଳନା ଆରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ମୁଁ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଥିଲି ।"
ସେ ଦାବି କରିଛନ୍ତି, "ଆମେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ଡ୍ରାଫ୍ଟ ବନାଇ ଥିଲୁ । ଏଥିରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଇଁ ଆମେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୃଷ୍ଟି କରିଥିଲୁ । ଆଉ ନିଷ୍ପତ୍ତି ନିଆଯାଇଥିଲା ଯେ, ଏହାର ମୁଖ୍ୟ ପ୍ରଧାନମନ୍ତ୍ରୀ ହେବେ ଏବଂ ଏହାର ସଦସ୍ୟମାନେ କେନ୍ଦ୍ର ମନ୍ତ୍ରୀ ହେବେ । ଆଉ ସେତେବେଳେ ସୋନିଆ ଗାନ୍ଧୀ ଏକ ଚିଠି ଲେଖି କହିଥିଲେ ଯେ, ଏହା ଏଭଳି ହେବା ଉଚିତ ନୁହେଁ ।

ଏହାର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ହୋଇଥିବା ଲୋକ ହେବା ଉଚିତ୍ । ଯେତେବେଳେ ତତ୍କାଳୀନ ଗୃହମନ୍ତ୍ରୀ ଶିବରାଜ ପାଟିଲ ମୋତେ ଏହି ଚିଠି ଦେଖାଇଲେ, ମୁଁ କହିଲି ଏହା ଠିକ୍ ନୁହେଁ । ଶିବରାଜ ପାଟିଲ ମୋର ଯୁକ୍ତିରେ ରାଜି ହୋଇଥିଲେ, ମାତ୍ର ୨୦ ରୁ ୨୫ ଦିନ ପରେ ତତ୍କକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତରଫରୁ ସୋନିଆ ଗାନ୍ଧୀଙ୍କ ଚିଠି ଆସିଥିଲା । ଏହି ଚିଠିର ଦସ୍ତଖତ କେବଳ ମନମୋହନ ସିଂଙ୍କର ଥିଲା । "
ଆର.କେ ସିଂ କହିଛନ୍ତି ଯେ ମନମୋହନ ସିଂ ଜଣେ ଭଲ ବ୍ୟକ୍ତି, କିନ୍ତୁ ସେ ନିରପେକ୍ଷ ନିଷ୍ପତ୍ତି ନେବା ଭଳି ବ୍ୟକ୍ତି ନୁହଁନ୍ତି । ଅନ୍ୟପକ୍ଷରେ ପିଏମ ମୋଦୀ ଦେଶର ଲକ୍ଷ ଦେଖିଛନ୍ତି । ସେ କହିଥିଲେ ଯେ ଏଥର ମଧ୍ୟ ଆମେ ଆସିବୁ । ମୁଁ ଲୋକଙ୍କ ପାଇଁ ବହୁତ କାମ କରିଛି । ଏହି କାରଣରୁ ମୁଁ ଏତେ ଆତ୍ମବିଶ୍ୱାସରେ ଏହା କହୁଛି ।












Click it and Unblock the Notifications