Get Updates
Get notified of breaking news, exclusive insights, and must-see stories!

ରାଜ୍ୟସଭା ଲାଗି ନାମାଙ୍କନ ପତ୍ର ଦାଖଲ କଲେ ସୋନିଆ ଗାନ୍ଧି

Sonia Gandhi Rajya Sabha News :ସୋନିଆ ଗାନ୍ଧୀ ରାଜ୍ୟସଭା ଲାଗି ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସୋନିଆ ନାମାଙ୍କନ ଦାଖଲ କରିବା ବେଳେ ରାହୁଲ ଗାନ୍ଧୀ , ପ୍ରିୟଙ୍କା ଗାନ୍ଧୀ ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ, ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ସୋନିଆ ଗାନ୍ଧୀ କେବଳ ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

କୁହାଯାଉଛି ଯେ ସୋନିଆ ଗାନ୍ଧୀ ରାଏବରେଲି ଆସନ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଲାଗି ଛାଡିଛନ୍ତି । ଯେପରି ଆମେଥୀ ସିଟ୍ ରାହୁଲ ଗାନ୍ଧୀଙ୍କ ପାଇଁ ଛାଡି ଦିଆଯାଇଥିଲା । ସୂଚନାନୁସାରେ ବୁଧବାର ତଥା ଫେବୃୟାରୀ ୧୪ରେ ରାଜ୍ୟସଭା ନିର୍ବାଚନ ପାଇଁ ୪ ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଥିଲା । ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟସଭା ର୍ନିବାଚନ ପାଇଁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା ।

sonia gandhi

ରାଜସ୍ଥାନରୁ ସୋନିଆ ଗାନ୍ଧୀ, ବିହାରର ଅଖିଳେଶ ପ୍ରତାପ ସିଂ, ହିମାଚଳରୁ ଅଭିଷେକ ମନୁ ସିଂଭି ଏବଂ ମହାରାଷ୍ଟ୍ରର ଚନ୍ଦ୍ରକାନ୍ତ ହଣ୍ଡୋର ପ୍ରାର୍ଥୀ ହୋଇଥିଲେ । କଂଗ୍ରେସର ରାଜ୍ୟସଭା ତାଲିକା ପ୍ରକାଶ ପାଇବା ପରେ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ରାଜସ୍ଥାନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଢୋଟାସରା କହିଛନ୍ତି ଏହି ନିଷ୍ପତ୍ତି ଆମକୁ ଶକ୍ତି ଦେବ । ମଲ୍ଲିକାର୍ଜୁନ ଖର୍ଗେ ଏବଂ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଆମେ ବହୁତ ଭଲ ପ୍ରଦର୍ଶନ କରିବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+