Get Updates
Get notified of breaking news, exclusive insights, and must-see stories!

ପୁଣି କୋରୋନା ସଂକ୍ରମିତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ

ପୁଣି କୋରୋନାରେ ସଂକ୍ରମିତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦ୍ବିତୀୟ ଥର ପାଇଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

ନୂଆଦିଲ୍ଲୀ: ପୁଣି କୋରୋନାରେ ସଂକ୍ରମିତ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦ୍ବିତୀୟ ଥର ପାଇଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଜୟରାମ ରମେଶ ଟ୍ବିଟ କରି କହିଛନ୍ତି ଯେ, ''କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି କୋରୋନା ସଂକ୍ରମିତ ହୋଇଛନ୍ତି, ସରକାରଙ୍କ ଦ୍ବାରା ଜାରି ହୋଇଥିବା କୋରୋନା ପ୍ରୋଟକଲ ଅନୁଯାୟୀ ସେ ଆଇସୋଲେସନରେ ଅଛନ୍ତି'' ।

sonia gandhi

ଏହା ପୂର୍ବରୁ ଜୁନ୍ 2ରେ କୋରୋନା ସଂକ୍ରମିତ ହୋଇଥିଲେ ସୋନିଆ ଗାନ୍ଧୀ । ଯେଉଁ କାରଣ ପାଇଁ ନ୍ୟାଶନାଲ ହେରାଲ୍ଡ ମାମଲାରେ ସେ ଇଡି ନିକଟରେ ହାଜର ହୋଇପାରିନଥିଲେ । କିଛି ଦିନ ପରେ ସୋନିଆ ସୁସ୍ଥ ହେବାପରେ ଇଡି ତାଙ୍କୁ ଏହି ଘଟଣା ନେଇ ପଚରା ଉଚୁରା କରିଥିଲା ।

ଏହାପରେ କିଛି ଦିନ ପର୍ଯ୍ୟନ୍ତ ସୁସ୍ଥ ଥିଲେ ସୋନିଆ ଗାନ୍ଧୀ। କିନ୍ତୁ ପୁଣି ଏହି ଭୂତାଣଉରେ ଆକ୍ରାନ୍ତ ହୋଇଛନ୍ତି । ଅଗଷ୍ଟ 10ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ମହାମାରୀ କୋରୋନାରେ ସଂକ୍ରମିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+