ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କଲେ ସୋନିଆ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଗୁରୁବାର ଦିନ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ତାଙ୍କୁ ଶପଥ ପାଠ କରାଇଥିଲେ। ସୋନିଆ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି।

sonia gandhi

ରାଜ୍ୟସଭାରେ ଏହା ସୋନିଆ ଗାନ୍ଧୀଙ୍କ ପ୍ରଥମ କାର୍ଯ୍ୟକାଳ ହେବ । 77 ବର୍ଷୀୟ କଂଗ୍ରେସ ନେତା ଉତ୍ତରପ୍ରଦେଶର ରାଏ ବରେଲି ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ। ସେ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। 1999 ରେ କଂଗ୍ରେସ ସଭାପତି ପଦ ଗ୍ରହଣ କରିବା ପରେ ସେ ପ୍ରଥମ ଥର ପାଇଁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ସୋନିଆ ଗାନ୍ଧୀ ଗାନ୍ଧୀ ପରିବାରର ଦ୍ୱିତୀୟ ସଦସ୍ୟ ହେବେ। ଇନ୍ଦିରା ଗାନ୍ଧୀ ଅଗଷ୍ଟ 1964 ରୁ ଫେବୃଆରୀ 1967 ପର୍ଯ୍ୟନ୍ତ ଉପର ଗୃହର ସଦସ୍ୟ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+