ସୁସ୍ଥ ହୋଇ ମେଡିକାଲରୁ ଫେରିଲେ ସୋନିଆ ଗାନ୍ଧୀ
କଂଗ୍ରେସ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ସୋନିଆ ଗାନ୍ଧୀଙ୍କୁ ଗତ ଗୁରୁବାର ସକାଳେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ପୂର୍ବରୁ ଗତ ୨୦୨୩ ମସିହା ସେପ୍ଟେମ୍ବର ମାସରେ ମଧ୍ୟ ସୋନିଆଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ କରାଯାଇଥିଲା। ଫୁସଫୁଟ ସଂକ୍ରମଣ କାରଣରୁ ସେ ସମୟରେ ସେ ସାର ଗଙ୍ଗାରାମ ହସ୍ପିଟାଲରେ ଆଡମିଟ ହୋଇଥିଲେ ।
ସୋନିଆ ଗାନ୍ଧୀଙ୍କୁ ଫେବ୍ରୁଆରି ୧୩ ତାରିଖରେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ସମୟରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ଫେବ୍ରୁଆରି ୧୦ ତାରିଖରେ ସୋନିଆ ସରକାରଙ୍କୁ ଯଥାଶୀଘ୍ର ଜନଗଣନା ପୁରା କରିବାକୁ କହି କହିଥିଲେ, 'ଦେଶରେ ପାଖାପାଖି ୧୭କୋଟି ଲୋକ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ଯେଉଁ ସବୁ ଲାଭ ପାଇବା କଥା ସେଥିରୁ ବଞ୍ଚିତ ଅଛନ୍ତି।'












Click it and Unblock the Notifications