୨୪ ଆକବର ନୁହେଁ ୯ଏ କୋଟଲା ରୋଡ୍ ହେଲା କଂଗ୍ରେସର ନୂଆ ଠିକଣା , ‘ଇନ୍ଦିରା ଭବନ’ ଉଦଘାଟନ କଲେ ସୋନିଆ ଗାନ୍ଧୀ
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ । ନୂଆ ପାର୍ଟି ଅଫିସର ଉଦଘାଟନ ସହ ବଦଳିଛି କଂଗ୍ରେସର ଠିକଣା । ନୂଆ ଦଳୀୟ କାର୍ୟ୍ୟାଳୟକୁ ଦଳର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି ଉଦଘାଟନ କରିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାଜୁର୍ନେ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ କଂଗ୍ରେସର ନୂଆ ପାର୍ଟି ଅଫିସ ଉଦଘାଟନ ହୋଇଛି । ସୋନିଆ ଗାନ୍ଧୀ ନୂୂତନ କୋଠାର ଉଦଘାଟନ କରିବା ବେଳେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ପ୍ରବେଶ ଦ୍ବାରରେ ରିବନ୍ କାଟିବା ପାଇଁ ତାଙ୍କ ସହିତ ଯୋଗ ଦେବାକୁ ଅନୁରୋଧ କରିଥିବାର ଦେଖିବାକୁ ମିଳିଛି।

ଦୀର୍ଘ ୪୭ ବର୍ଷ ଧରି ୨୪ ଆକବର ରୋଡରେ ରହିଥିବା କଂଗ୍ରେସ ମୁଖ୍ୟାଳୟ। ଯାହାର ଏହି ପୁରୁଣା ଦଳର ଇତିହାସରେ ବେଶ୍ ମହତ୍ବ ରହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କେ ସି ଭେନୁଗୋପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଦଳର ନେତାମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ମୁଖ୍ୟାଳୟରେ ଦଳୀୟ ନେତାମାନେ ଦଳୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ବନ୍ଦେ ମାତରମ୍ ଏବଂ ଜାତୀୟ ସଙ୍ଗୀତ ଗାନ କରିଥିଲେ।












Click it and Unblock the Notifications