ଦୀପାବଳି ପାଇଁ ସ୍ଵତନ୍ତ୍ର ମିଠା, ୧ କେଜି ‘ସୋନେରୀ ଭୋଗ’ର ଦାମ୍ ୧୪,୦୦୦ ଟଙ୍କା
ମହାରାଷ୍ଟ୍ରରେ ପ୍ରତିବର୍ଷ ଦୀପାବଳି ଉପଲକ୍ଷେ ସ୍ଵତନ୍ତ୍ର ମିଠାର ଆସର ଦେଖିବାକୁ ମିଳେ। ଦୀପାବଳିରେ ମିଠା ଏଠାରେ ଏକ ପରମ୍ପରା। ଚଳିତଥର ଅମରାବତୀରେ ଏକ ଦୋକାନୀ ସ୍ଵତନ୍ତ୍ର ପ୍ରକାର ମିଠା ପ୍ରସ୍ତୁତ କରିଛନ୍ତି, ଯାହାର ନାଁ ହେଉଛି 'ସୋନେରି ଭୋଗ' ଏବଂ ଏହାର ଦାମ କିଲୋଗ୍ରାମ ପିଛା ୧୪ ହଜାର ଟଙ୍କା। ୨୪ କ୍ୟାରେଟ୍ ସୁନା କାମ ଚଢ଼ାଯାଇଥିବା ଏହି ମିଠା ରଘୁବୀର ମିଠାଇ ନାମକ ଦୋକାନରେ ପ୍ରସ୍ତୁତ କରାଯାଇଛି । 'ସୋନେରୀ ଭୋଗ'ର ଦାମ୍ ପ୍ରତି କିଲୋ ୧୪ ହଜାର ଟଙ୍କା ରଖାଯାଇଛି, ଯାହା ଗତ ବର୍ଷର ଦାମଠାରୁ ୩ ହଜାର ଟଙ୍କା ଅଧିକ । ସୁନାର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ପୂରା ମହାରାଷ୍ଟ୍ରରେ ଏହି ମିଠାର ଡିମାଣ୍ଡ ରହିଛି ।

ଦୋକାନୀ ଚନ୍ଦ୍ରକାନ୍ତ ପୋପଟ କୁହନ୍ତି, ଦୀପାବଳିରେ ସ୍ଵତନ୍ତ୍ର ମିଠା ପ୍ରସ୍ତୁତିର ପରମ୍ପରା ରହିଛି । ସୁନାର କାମ ହୋଇଥିବା ଏହି ମିଠା ଲୋକମାନଙ୍କୁ ବେଶ୍ ଆକର୍ଷିତ କରୁଛି । ଘରେ ଘରେ ଦୀପାବଳି ଅବସରରେ କିଛି ଖାସ୍ ପ୍ରକାର ମିଠାର ଚାହିଦା ରହିଥାଏ । ଏହି କାରଣରୁ ଏଥର ୨୪ କ୍ୟାରେଟ୍ ସୁନା କାମ ହୋଇଥିବା 'ସୋନେରୀ ଭୋଗ'କୁ ବଜାରକୁ ଅଣାଯାଇଛି ।












Click it and Unblock the Notifications