ରାଜା ରଘୁବଂଶୀ ହତ୍ୟା ମାମଲାରେ ଭାଇଙ୍କ ଚାଞ୍ଚଲ୍ୟକର ବୟାନ, କହିଦେଲେ କିଛି ଏମିତି......
ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମଙ୍କ ଗିରଫଦାରୀ ପରେ ଅନେକ ଖୁଲାସା ସାମ୍ନାକୁ ଆସିଛି । ରାଜାଙ୍କ ଭାଇ ବିପିନ ରଘୁବଂଶୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ରାଜାଙ୍କ ମୃତ୍ୟୁ ପରେ ଭାଇ ବିପିନ ପୁଲିସ ନିକଟରେ କାନ୍ଦିକାନ୍ଦି କହିଛନ୍ତି, ' ସୋନମ ବିବାହ ପୂର୍ବରୁ ତାଙ୍କ ମାଆଙ୍କୁ ଚେତାବନୀ ଦେଇଥିଲା। ଯଦି ସେ ତାଙ୍କର ବିବାହ କରାନ୍ତି, ତେବେ ପରିଣାମ ଭଲ ହେବନାହିଁ।
ସୋନମର ପରିବାର ରାଜ କୁଶୱାହାଙ୍କ ସହ ଚାଲିଥିବା ସମ୍ପର୍କ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ। ଏହାପରେ ସେମାନେ ସବୁକିଛି ଲୁଚାଇ ମୋ ଭାଇ ରାଜାଙ୍କ ସହ ସୋନମର ବିବାହ କରାଇ ଦେଇଥିଲେ। ଭାଇର ମୃତ୍ୟୁ ପରେ ମୁଁ ଏବେ ଏ ବିଷୟରେ ଜାଣିବାକୁ ପାଇଛି। ବିବାହ ପରେ ଭାଇ ଖୁସିରେ ନଥିଲା। କାରଣ ତାକୁ ସୋନମର ଆଚରଣ କିଛି ଠିକ ଲାଗୁ ନଥିଲା। ସେ କଥା ହେବାକୁ ଚାହୁଁଥିଲେ କିନ୍ତୁ ସୋନମ ଭାଇ ସହ କଥା ହେଉ ନଥିଲା।

ଅନେକ ସମୟରେ ସୋନମ ଗୋଟିଏ କୋଣରେ ଲୁଚିଲୁଚି କଥା ହେବା କାହାକୁ ମେସେଜ କରୁଥିବା କଥା ଭାଇ ଘରେ କହିଥିଲେ। ଆମେ ଭାବିଥିଲୁ ନୂଆନୂଆ ବାହାଘର ସୋନମର ତାର ପରିବାର କଥାମନେ ପଡ଼ୁଥିବ। ତେଣୁ ଲୁଚିକି ସେ ତାର ପରିବାର ସହିତ କଥା ହେଉଛି। ସମୟକ୍ରମେ ସବୁକିଛି ଠିକ ହୋଇଯିବ। କିନ୍ତୁ ସେ ଯେ ମୋ ଭାଇର ଜୀବନ ନେଇଯିବ ଏକଥା ଆମେ କେବେ ଚିନ୍ତା ବି କରି ପାରି ନଥିଲୁ।'












Click it and Unblock the Notifications