ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ତ ମାଗିଲେ ଲରେନ୍ସ ବିଷ୍ଣୋଇଙ୍କ ନମ୍ବର
Somy Ali Message Lawrence Bishnoi: ଦୀର୍ଘ ଦିନ ହେବ ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ଧମକ ଦେଇ ଆସୁଛି । ଏପରିକି ଅଭିନେତାଙ୍କୁ ଅନେକ ଥର ମୃତ୍ୟୁ ଧମକ ଦିଆଯାଉଛି । ବର୍ତ୍ତମାନ ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ସୋସିଆଲ ମିଡିଆରେ ଲରେନ୍ସ ବିଷ୍ଣୋଇ ପାଇଁ ଏକ ପୋଷ୍ଟ ଲେଖିଛନ୍ତି।
ଗୋଟିଏ ପଟେ ପ୍ରଶଂସକମାନେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିବାବେଳେ ଅନ୍ୟ ପଟେ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀ ଲେଖିଛନ୍ତି ଯେ, ସେ ଲରେନ୍ସ ବିଷ୍ଣୋଇଙ୍କ ସହ କଥା ହେବାକୁ ଚାହୁଁଛନ୍ତି ।

ସୋମି ଅଲି ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ଏହା ଲରେନ୍ସ ବିଷ୍ଣୁଙ୍କ ପାଇଁ ଏକ ପ୍ରତ୍ୟକ୍ଷ ବାର୍ତ୍ତା । ନମସ୍କାର ଲରେନ୍ସ ଭାଇ । ମୁଁ ଶୁଣିଛି ଏବଂ ଦେଖିଛି ଯେ ତୁମେ ଜେଲରୁ ମଧ୍ୟ ଜୁମ୍ କଲ କରୁଛ, ତେଣୁ ମୁଁ ତୁମ ସହିତ କିଛି ବିଷୟରେ କଥା ହେବାକୁ ଚାହୁଁଛି । ଦୟାକରି ମୋତେ କୁହନ୍ତୁ ମୁଁ ଆପଣଙ୍କ ସହ କିପରି କଥା ହୋଇପାରିବି ।












Click it and Unblock the Notifications