ସୋମନାଥ ମନ୍ଦିର ଦେଶର ସଭ୍ୟତାଗତ ଅଦମ୍ୟ ଭାବନାକୁ ପ୍ରତିଫଳିତ କରୁଛି ;ପ୍ରଧାନମନ୍ତ୍ରୀ

ବିଗତ ୧୦୦୦ ବର୍ଷ ଧରି ସୋମନାଥ ମନ୍ଦିରର ଅସ୍ତିତ୍ବ ଦେଶର ସଭ୍ୟତାଗତ ଅଦମ୍ୟ ଭାବନାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ୧ହଜାର ୨୬ ବର୍ଷ ଆୟୁର ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ୧ ହଜାର ବର୍ଷର ଐତିହାସିକ ମାଇଲଖୁଣ୍ଟକୁ ଚିହ୍ନିତ କରି ଏକ ସମ୍ପାଦକୀୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥ ଶବ୍ଦ ଶୁଣିବା ଦ୍ବାରା ଲୋକଙ୍କ ହୃଦୟ ଏବଂ ମନରେ ଗର୍ବର ଭାବନା ସୃଷ୍ଟି ହୁଏ । ଏହା ହେଉଛି ଦେଶର ଆତ୍ମାର ଚିରନ୍ତନ ଘୋଷଣା । ଏହି ଭବ୍ୟ ମନ୍ଦିର ଗୁଜୁରାଟର ପଶ୍ଚିମ ଉପକୂଳରେ ପ୍ରଭାସ ପାଟନ ନାମକ ଏକ ସ୍ଥାନରେ ଅବସ୍ଥିତ ।

NARENDRA MODI

ପ୍ରଧାନମନ୍ତ୍ରୀ କହିଛନ୍ତି, ସୋମନାଥଙ୍କ କାହାଣୀ କେବଳ ଏକ ମନ୍ଦିର ବିଷୟରେ ନୁହେଁ ବରଂ ଏହା ଦେଶର ସଂସ୍କୃତି ଏବଂ ସଭ୍ୟତାକୁ ସୁରକ୍ଷିତ ରଖୁଥ‌ିବା ଭାରତମାତାର ଅସଂଖ୍ୟ ସନ୍ତାନଙ୍କ ଅତୁଟ ସାହସ ସହ ଜଡିତ । କୋଟି କୋଟି ଲୋକଙ୍କ ଦ୍ବାରା ସମ୍ମାନିତ ସୋମନାଥ ମନ୍ଦିର ଉପରେ ବିଦେଶୀ ଆକ୍ରମଣ ସମୟର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏକହଜାର ୨୬ ଜାନୁଆରୀରେ ଗଜନୀର ମହମୁଦ୍ ଏହି ମନ୍ଦିର ଉପରେ ଆକ୍ରମଣ କରିଥିଲେ ।

ଏକ ହିଂସାତ୍ମକ ତଥା ବର୍ବରୋଚିତ ଆକ୍ରମଣ ଜରିଆରେ ବିଶ୍ଵାସର ଓ ସଭ୍ୟତାର ଏହି ମହାନ ପ୍ରତୀକକୁ ସେ ଧ୍ବଂସ କରିବାକୁ ଚାହୁଁଥିଲେ । ୧ହଜାର ବର୍ଷ ପରେ ମଧ୍ୟ ସୋମନାଥକୁ ଏହାର ଭଜ୍ୟ ସ୍ମୃତିକୁ ଫେରାଇ ଆଣିବା ଲାଗି ହୋଇଥିବା ଅଗଣିତ ପ୍ରୟାସରେ ଏହି ମନ୍ଦିର ଆଜି ମଧ୍ୟ ପୂର୍ବଭଳି ଗୌରବମୟ ହୋଇ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଗୁଜୁରାଟର ସୋମନାଥ ଗସ୍ତ କରିବେ। ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋମନାଥ ସ୍ଵାଭିମାନ ପର୍ବ ପାଳନ ପାଇଁ ସେଠାରେ ବର୍ଷବ୍ୟାପୀ ଯୋଜନା ପ୍ରସ୍ତୁତ କରାଯ କରାଯାଇଛି। ୨୦୨୬ ମସିହାରେ ସୋମନାଥ ଉପରେ ପ୍ରଥମ ଆକ୍ରମଣର ୧ ହଜାର ବର୍ଷ ପୂରଣ ହେଉଛି। ଚଳିତ ମାସ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସୋମନାଥରେ ଅନେକ ଆଧ୍ୟାତ୍ମିକ ଏବଂ ସାମାଜିକ କାର୍ଯ୍ୟକଳାପ ଅ ଅନୁଷ୍ଠିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+