ନକ୍ସଲଙ୍କ ଆଇଡି ବ୍ଲାଷ୍ଟରେ ଯବାନ ସହିଦ, ଜଣେ ଗୁରୁତର
ଛତିଶଗଡ଼:ସୁଚନାନୁସାରେ ସିଆରପିଏଫ ଯବାନ ତିଶଗଡ଼ ନାରାୟଣପୁର ଛୋଟାଙ୍ଗୋଙ୍ଗର ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଆଇଡି ବିଷ୍ପେରଣ ହୋଇଥିଲା । ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯବାନ ବିନୟ କୁମାର ସାହୁଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ଆଉ ସହିଦ ହୋଇଥିବା ଯବାନ ହେଲେ ସିଆରପିଏଫର ନବମ ବାଟାଲିୟନର କନଷ୍ଟେବଳ କମଲେଶ ସାହୁ ।

କମେଲଶଙ୍କ ଘର ଛତିଶଗଡ଼ର ଚମ୍ପା ଜିଲ୍ଲାର ହାସୁଦ ଗାଁର ବାସିନ୍ଦା ଥିଲେ । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ବସ୍ତର ଆଇଜି ପି ସୁନ୍ଦର ରାଜ କହିଛନ୍ତି ଯେ ନକ୍ସଲମାନେ ସୋମବାର ଦିନ ପ୍ରାୟ ୧୧ଟା ସମୟରେ ନାରାୟଣପୁର ଥାନା ଅନ୍ତର୍ଗତ ଅମଦାଇ ଖଣିରେ ଆଇଡି ବ୍ଲାଷ୍ଟ କରିବା ସହ ଗୁଳି ଚଳାଇଥିଲେ । ଏହାର ଜବାବରେ ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟ ହୋଇଥିଲା ।
ନକ୍ସଲ ଆକ୍ରମଣରେ ସିଆରପିଏଫର ୯ମ ବଟାଲିୟନର କନଷ୍ଟେବଳ କମଲେଶ କୁମାର ସହିଦ ହୋଇଥିଲେ । ବିନୟ କୁମାର ନାମକ ଜଣେ ଯୁବ କନଷ୍ଟେବଳ ଆହତ ହୋଇଥିଲେ ଏବଂ ତାଙ୍କୁ ପ୍ରଥମେ ଚିକିତ୍ସା କରାଯାଇଥିଲା । ପୋଲିସ ବାହିନୀ, ଊଜଏ ଏବଂ ଓଞଈଚ ଦ୍ୱାରା ଏହାର ଆଖପାଖ ଅଞ୍ଚଳ ଅନୁସନ୍ଧାନ କରାଯାଉଛି । ପୂର୍ବରୁ ଡିସେମ୍ବର ୨ ତାରିଖରେ ନକ୍ସଲମାନେ ଛୋଟାଗାଙ୍ଗର ପୋଲିସ ଷ୍ଟେସନ ପରିସରରେ ଥିବା ଶୀତାଲା ମନ୍ଦିରରେ ପୂଜା କରିବାକୁ ଯାଇଥିବା ବିଜେପି ନେତା କୋମଲ ମାଜିଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ ।
ଏହି ଘଟଣା ପରେ ପୋଲିସ ମଧ୍ୟ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା, କିନ୍ତୁ ଏପର୍ଯ୍ୟନ୍ତ ନକ୍ସଲମାନଙ୍କ ବିଷୟରେ କୌଣସିି ସୂଚନା ମିଳିପାରି ନାହିଁ । ନକ୍ସଲମାନେ ନାରାୟଣପୁରର ଅମଦାଇ ଖଣିରେ କାମ ପାଇଁ ନିୟୋଜିତ ୧୬ ଟି ଗାଡି ପୋଡି ଦେଇଥିଲେ । ଏହା ବ୍ୟତୀତ ସେଠାରେ ଥିବା କର୍ମଚାରୀମାନଙ୍କୁ ମଧ୍ୟ ଅଟକ ରଖିଥିଲେ ନକ୍ସଲ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications