ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା , ଖାଇକୁ ଖସିଲା ବସ୍,୪ ମୃତ, ୩୫ ଗୁରୁତର
ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ପୁଞ୍ଛ ଜିଲ୍ଲା ଗନି ମେଣ୍ଡର ଅଞ୍ଚଳରେ ହୋଇଛି । ଦୁର୍ଘଟଣା ପରେ ସେନା ଯବାନ ଏବଂ ପୋଲିସ ପହଞ୍ଚି ଉଦ୍ଧାର କରିଥିଲା । ସମସ୍ତ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଖାଇକୁ ଖସିପଡିଛି । ଦୁର୍ଘଟଣା ପରେ ପୋଲିସ ମାମଲାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ଦୁଇଦିନ ତଳେ ସେନାର ଏକ ଗାଡି ଜମ୍ମୁ କଶ୍ମୀର ରାମବନ ଜିଲ୍ଲାରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ୩ ଜଣ ଯବାନଙ୍କ ଜୀବନ ଚାଲିଯାଇଥିଲା । ପୋଲିସ, ଏସଡିଆରଏଫ, ସେନା ଓ ସ୍ଥାନୀୟ ଲୋକେ ଉଦ୍ଧାର ଅଭିଯାନରେ ସାମିଲ ହୋଇଥିଲେ । ସେମାନଙ୍କୁ ଅମିତ କୁମାର, ସୁଜିତ କୁମାର ଓ ମନ ବାହାଦୂର ଭାବେ ଚିହ୍ନଟ କରାଯାଇଛି ।












Click it and Unblock the Notifications