Get Updates
Get notified of breaking news, exclusive insights, and must-see stories!

Aditya L1 ଲାଇଭ ଅପଡେଟ୍: ସଫଳ ହେଲା ଆଦିତ୍ୟL1 ଉତକ୍ଷେପଣ, ନିର୍ଦ୍ଧାରିତ କକ୍ଷରେ ପହଞ୍ଚିଛି ଯାନ

solar mission

Aditya L1 Mission LIVE: ଚନ୍ଦ୍ରଯାନ-3 ର ସଫଳତା ପରେ ISRO ଆଉ ଏକ ଇତିହାସ ରଚିଲା । ବର୍ତ୍ତମାନ ସୂର୍ଯ୍ୟଙ୍କ ନିକଟତର ହେବାକୁ ଯାଉଛି ଭାରତ । ସୂର୍ଯ୍ୟ ଉପରେ ଅଧ୍ୟୟନ ପାଇଁ ଆଜି ଆଦିତ୍ୟ L1 ମିଶନ୍ ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାରୁ PSLV-C57 ରକେଟ୍ ଦ୍ୱାରା ଏହି ଯାନ ଆଜି ମହାକାଶକୁ ପଠାଯାଇଛି । ସକାଳ 11.50 ରେ ରକେଟ୍ ଉତକ୍ଷେପଣ ହୋଇଛି । ଆଦିତ୍ୟ L1 ସୂର୍ଯ୍ୟଙ୍କ ଉପରେ 5 ବର୍ଷ ଅଧ୍ୟୟନ କରିବ । ଏହି ମିଶନ ଉପରେ ମଧ୍ୟ ଆମେ ନଜର ରଖିଛୁ । ରକେଟ୍ ଉତକ୍ଷେପଣ ଏହା ସମ୍ପର୍କିତ ଟିକିନିଖି ଅପଡେଟ୍ ପାଇଁ ୱାନ୍ଇଣ୍ଡିଆ ଓଡ଼ିଆ ସହ ଯୋଡି ହୋଇ ରୁହନ୍ତୁ...

Sep 02, 2023, 2:46 pm IST

ସଫଳତାର ସହ ଲଞ୍ଚ ହୋଇଛି ଆଦିତ୍ୟL1 ଯାନ । ଏ ନେଇ ସାରା ଦେଶରେ ଖିୁସିର ମାହୋଲ ରହିଛି । ISRO ର ଏହି ଐତିହାସିକ ସଫଳତା ପାଇଁ ଚାରିିଆଡ଼ୁ ଛୁଟିଛି ଶୁଭେଛା ବାର୍ତ୍ତା । ଏହାର ପରବର୍ତ୍ତୀ ପର୍ଯ୍ୟାୟ ଖବର ଉପରେ ମଧ୍ୟ ଆମେ ନଜର ରଖିଛୁ । ଆଦିତ୍ୟ L1 ମିଶନ ସମ୍ପର୍କରେ ଅଧି ଜାଣିବା ପାଇଁ ୱାନ୍ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ । ଧନ୍ୟବାଦ୍
Sep 02, 2023, 2:09 pm IST

ଆଦିତ୍ୟ L-1 ର ସଫଳ ଉତକ୍ଷେପଣ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ISRO ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅମିତ ଶାହା ଲେଖିଛନ୍ତି ଯେ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ L1 ର ସଫଳ ଲଞ୍ଚିଂ ପାଇଁ ଦେଶ ଗର୍ବିତ ଏବଂ ଖୁସି । ଅମୃତକାଳର ସମୟରେ ମହାକାଶ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭରଭାରତ ଦୃଷ୍ଟିକୋଣକୁ ପୂରଣ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ।
Sep 02, 2023, 1:43 pm IST

କଣ କହିଲେ ମିଶନ ନିର୍ଦ୍ଦେଶକ

ଆଦିତ୍ୟ ଏଲ୍ -1 ର ସଫଳ ଉତକ୍ଷେପଣ ଅବସରରେ ଆଦିତ୍ୟ ଏଲ୍ -1 ପ୍ରକଳ୍ପ ନିର୍ଦ୍ଦେଶକ ନିଗର ଶାଜି କହିଛନ୍ତି ଯେ ଏହା ଏକ ସ୍ୱପ୍ନ ସାକାର ହେବା ପରି । ମୁଁ ଅତ୍ୟନ୍ତ ଖୁସି ଯେ PSLV ଦ୍ୱାରା ଆଦିତ୍ୟ L-1 ଲଞ୍ଚ ହୋଇଛି । ଆଦିତ୍ୟ L-1 ଏହାର 125 ଦିନର ଦୀର୍ଘ ଯାତ୍ରା ଆରମ୍ଭ କରିଛି | ଥରେ ଆଦିତ୍ୟ L-1 କାର୍ଯ୍ୟକ୍ଷମ ହେଲେ ଏହା ଦେଶ ତଥା ବିଶ୍ୱର ବୈଜ୍ଞାନିକ ଭ୍ରାତୃତ୍ୱ ପାଇଁ ଏକ ସମ୍ପତ୍ତି ହେବ । ଏହି ମିଶନକୁ ସମ୍ଭବ କରିବାରେ ସେମାନଙ୍କର ସମର୍ଥନ ଏବଂ ମାର୍ଗଦର୍ଶନ ପାଇଁ ମୁଁ ପୁରା ଦଳକୁ ନ୍ୟବାଦ ଦେବାକୁ ଚାହେଁ ।
Sep 02, 2023, 1:34 pm IST

ଆଦିତ୍ୟ L-1 ର ସଫଳ ଉତକ୍ଷେପଣରେ ISRO ଚେୟାରମ୍ୟାନ୍ ଏସ୍ ସୋମନାଥ କହିଛନ୍ତି ଯେ ଆଦିତ୍ୟ L1 ମହାକାଶଯାନକୁ ଏକ ଆଲେପଟିକାଲ୍ କକ୍ଷପଥରେ ରଖାଯାଇଛି । ଯାହା PSLV ଦ୍ୱାରା ଅତି ସଠିକ୍ ଭାବରେ ଲକ୍ଷ୍ୟ କରାଯାଇଛି । ଏକ ଭିନ୍ନ କାର୍ଯ୍ୟ କରିଥିବାରୁ PSLV କୁ ଅଭିନନ୍ଦନ ଜଣାଉଛି ।
Sep 02, 2023, 1:32 pm IST

ଶୁଭେଛା ଜଣାଇଲେ ନବୀନ ପଟ୍ଟନାୟକ

ସୌର ମିଶନ ଆଦିତ୍ୟଯାନର ସଫଳ ଉତକ୍ଷେପଣ ପାଇଁ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାକାଶ ଅନୁସନ୍ଧାନ ଦିଗରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏହା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ସେ ଟ୍ୱିଟରେ ଲେଖିଛନ୍ତି ।
Sep 02, 2023, 1:19 pm IST

ମିଶନର ସଫଳତା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ 'ନୂତନ ଭାରତ'ର ସମ୍ଭାବ୍ୟତାର ପ୍ରତୀକ PSLV-C57 / ଆଦିତ୍ୟ- L1 ମିଶନ୍ ଆଜି ସମଗ୍ର ମାନବିକତାର ସେବା କରିବା ଉଦ୍ଦେଶ୍ୟରେ ସଫଳତାର ସହ ଆରମ୍ଭ କରାଯାଇଛି । ସମ୍ମାନଜନକ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ 140 କୋଟି ଦେଶବାସୀଙ୍କ ଆଶାର 'ନୂତନ ସୂର୍ଯ୍ୟ' ହେବା ପାଇଁ ଏହି ସମ୍ମାନଜନକ ମିଶନର ସମ୍ପୂର୍ଣ୍ଣ ସଫଳତା ପାଇଁ ଅନେକ ଶୁଭେଚ୍ଛା ।
Sep 02, 2023, 1:13 pm IST

L1 ଆଡ଼କୁ ଗତି କରୁଛି ଆଦିତ୍ୟ ଯାନ

ଆଦିତ୍ୟଯାନ L1 ଆଡକୁ ଗତି କରୁଛି । 125 ଦିନ ମଧ୍ୟରେ ଏହି ଦୂରତା ଅତିକ୍ରମ କରିବ । ISRO ଏହା ଉପରେ ନଜର ରଖିଛି ।
Sep 02, 2023, 1:10 pm IST

ଆଦିତ୍ୟ L1 ର ସବୁ ଉପକରଣ ଠିକ୍ ରହିଛି

ଆଦିତ୍ୟL1 ଉତକ୍ଷେପଣ ହେବର ଏକ ଘଣ୍ଟା ବିତିଛି । ଏହାର ସମସ୍ତ ଉପକରଣ ସଠିକ୍ ଭାବରେ କାମ କରୁଛି ।
Sep 02, 2023, 1:09 pm IST

ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଲା ଆଦିତ୍ୟL1

ଆଦିତ୍ୟ L1 ର ଉତକ୍ଷେପଣ ସଫଳ ରହିଛି । ଏହି ଯାନଟି ଏହାର ନିର୍ଦ୍ଦିଷ୍ଟ କକ୍ଷପଥରେ ପ୍ରତିଷ୍ଠିତ ହୋଇଛି ।
Sep 02, 2023, 1:07 pm IST

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ISRO କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଚନ୍ଦ୍ରାୟନ -3 ର ସଫଳତା ପରେ ଭାରତ ନିଜର ମହାକାଶ ଯାତ୍ରା ଜାରି ରଖିଛି । ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ- L1 ର ସଫଳ ଉନ୍ମୋଚନ ପାଇଁ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ । ଆମର ନିରନ୍ତର ବୈଜ୍ଞାନିକ ପ୍ରୟାସ ସମସ୍ତ ମାନବିକତାର କଲ୍ୟାଣ ପାଇଁ ବ୍ରହ୍ମାଣ୍ଡର ଏକ ଉତ୍ତମ ବୁଝାମଣା ବିକାଶ ଜାରି ରଖିବ ।
Sep 02, 2023, 12:41 pm IST

ଶାହା ଦେଲେ ଅଭିନନ୍ଦନ

ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆଦିତ୍ୟ ଏଲ-1 ମିଶନର ଶୁଭାରମ୍ଭ ପାଇଁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।
Sep 02, 2023, 12:28 pm IST

ତିନୋଟି ପର୍ଯ୍ୟାୟ ସମାପ୍ତ, ଯାନ ସଂପୂର୍ଣ୍ଣ ସୁରକ୍ଷିତ

ତଥ୍ୟ କ୍ରମାଗତ ଭାବରେ ଆସୁଛି । କେଉଁ ଅଧ୍ୟୟନ ଚାଲିଛି ।ଯାନର ତିନୋଟି ପର୍ଯ୍ୟାୟ ସମାପ୍ତ ହୋଇଛି ।
Sep 02, 2023, 12:21 pm IST

ଦୂରତା 15 ଲକ୍ଷ କିଲୋମିଟର

125 ଦିନ ପରେ ଆଦିତ୍ୟ L1 ଲାଗ୍ରେଞ୍ଜ ପଏଣ୍ଟରେ ପହଞ୍ଚିବ । ଏହା ଆମ ପୃଥିବୀ ଠାରୁ 15 ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ।
Sep 02, 2023, 12:13 pm IST

ଲାଗ୍ରେଞ୍ଜ ପଏଣ୍ଟରେ ସ୍ଥାପିତ ହେବ

ଲାଗ୍ରେଞ୍ଜ ପଏଣ୍ଟରେ ଆଦିତ୍ୟ L1 ସଂସ୍ଥାପିତ ହେବ । ଏହା ସେଠାରୁ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବ ।
Sep 02, 2023, 12:12 pm IST

ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେଲା ଆଦିତ୍ୟ L1 ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେଲା ଆଦିତ୍ୟ L1 । ପିଏସଏଲଭି-ଏକ୍ସଏଲ ରକେଟ୍ ଆଦିତ୍ୟ-L1କୁ ନେଇ ମହାକାଶ ମୁହାଁ । ସୂର୍ଯ୍ୟଯାନ ଆଦିତ୍ୟ-L1 ଉଦକ୍ଷେପଣର 125 ଦିମ ଯାତ୍ରା କରିବା ପରେ ୧୫ ଲକ୍ଷ କିଲୋମିଟର ଲେଙ୍ଗରେଜିୟନ ପଏଣ୍ଟରେ ପହଞ୍ଚିବ । ଆଗିଦ୍ୟ-L1 ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚ ହାଲୋ ଅରବିଟରରେ ସ୍ଥାପନ କରିବ ।
Sep 02, 2023, 12:06 pm IST

ତୃତୀୟ ପର୍ଯ୍ୟାୟ ସମାପ୍ତ

ତୃତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ହୋଇଛି । ଯାନ ନିର୍ଦ୍ଧାରିତ ରାସ୍ତାରେ ଗତି କରୁଛି ।
Sep 02, 2023, 12:01 pm IST

୧୫ ଲକ୍ଷ କ.ମି ଦୂରତା ଅତିକ୍ରମ କରିବାକୁ ଲାଗିବ ୪ ମାସ

୧୫ ଲକ୍ଷ କ.ମି ଦୂରତା ଅତିକ୍ରମ କରିବାକୁ ଲାଗିବ ୪ ମାସ
Sep 02, 2023, 11:52 am IST

ଇତିହାସ ରଚିଲା ଇସ୍ରୋ

ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ: ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେଲା ଆଦିତ୍ୟ L1
Sep 02, 2023, 11:50 am IST

ଲଞ୍ଚ୍ ହେଲ ଆଦିତ୍ୟ-L1

ଲଞ୍ଚ୍ ହେଲ ଆଦିତ୍ୟ-L1
Sep 02, 2023, 11:46 am IST

ISRO ମୁଖ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି

ISRO ମୁଖ୍ୟ ମଧ୍ୟ କମାଣ୍ଡ ସେଣ୍ଟରରେ ଉପସ୍ଥିତ ଅଛନ୍ତି । ସେ ଟିମ୍ ବସି ସମସ୍ତ ସ୍ଥିତି ଜାଞ୍ଚ୍ କରୁଛନ୍ତି ।
Sep 02, 2023, 11:41 am IST

ଆରମ୍ଭ ହେଲା ଲଞ୍ଚିଂ ପ୍ରକ୍ରିୟା ।
Sep 02, 2023, 11:38 am IST

ଶ୍ରାହରିକୋଟା ସ୍ପେସ୍ ସେଣ୍ଟରରି ଇତିହାସ ରଚିବ ଭାରତ ।
Sep 02, 2023, 11:37 am IST

ଦେଶର ପ୍ରଥମ ସୌର ମିଶନକୁ ଆଉ କିଛି ମୁହୂର୍ତ୍ତର ଅପେକ୍ଷା ।
Sep 02, 2023, 11:35 am IST

ଆଦିତ୍ୟ -L1ର ଲଞ୍ଚ୍ ପାଇଁ ଆଉ ମାତ୍ରା କିଛି ସମୟର ଅପକ୍ଷେ । ଏହାକୁ ସିଧା ପ୍ରସାରଣ କରାଯାଉଛି
Sep 02, 2023, 11:32 am IST

ଚୀନ୍‌ର ସୌର ମିଶନ ଅପେକ୍ଷା ଆଦିତ୍ୟ L-1 ଅଧିକ ଶକ୍ତିଶାଳୀ ।
Sep 02, 2023, 11:27 am IST

କରୋନାଲ୍ ହିଟିଂ ପ୍ରୋବ୍ଲେମ୍ କ'ଣ

ପୂର୍ଣ୍ଣ ସୂର୍ଯ୍ୟପରାଗରେ ରିଙ୍ଗ୍ ଅଫ୍ ଫାୟାର ପରି ଦେଶ କରୋନା । ୫ ଶହ କିଲୋମିଟରର ଭିତରେ ତାପମାତ୍ରା ୩ ଶହ ଗୁଣି ବଢିଯାଏ । ଏହି କରୋନାଲ୍ ହିଟିଂ ପ୍ରୋବ୍ଲେଂର କରାଣ ଅଜଣା ।
Sep 02, 2023, 11:20 am IST

୧୧ଟା ୨୦ ମିନିଟରୁ ଲାଇଭ୍ ଟେଲିକାଷ୍ଟ

Aditya-L1: ୧୧ଟା ୫୦ ରେ ଉଦକ୍ଷେପଣ ହେବ ଆଦିତ୍ୟ-L1, ଏହା ପୂର୍ବରୁ ୧୧ଟା ୨୦ ମିନିଟରୁ ଏହାର ଲାଇଭ୍ ଟେଲିକାଷ୍ଟ କରାଯିବ ।
Sep 02, 2023, 11:09 am IST

ସୂର୍ଯ୍ୟଙ୍କ ପାଖକୁ ଗଲେ ଜଳିଯିବ କି ଆଦିତ୍ୟ ଏଲ୍-1

ଏହି ପ୍ରଶ୍ନର ଉତ୍ତର ହେଉଛି ଯେ, ଆଦିତ୍ୟ ଏଲ-1 ସୂର୍ଯ୍ୟଙ୍କ ପାଖକୁ ଯିବ ନାହିଁ ଏହା ସୂର୍ଯ୍ୟଠାରୁ ୧୪.୮୫ କୋଟି କିମି ଦୂରରେ ରହି ଫେସ୍ ରିଡିଙ୍ଗ୍ କରିବ ।
Sep 02, 2023, 11:01 am IST

Lagrange point-1 କ'ଣ ହୋଇଥାଏ

Lagrange point-1କୁ ସାଧାରଣତଃ ବୌଜ୍ଞାନିକଙ୍କ ଭାଷାରେ L-1 ଭାବରେ ଜଣାଯାଏ । ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଏହିପରି 5 ଟି ପଏଣ୍ଟ ଅଛି ଏବଂ ଏହି ପାଞ୍ଚଟି ପଏଣ୍ଟ ମଧ୍ୟରୁ ଗୋଟିଏ ହେଉଛି ଲାଗ୍ରେଞ୍ଜ ପଏଣ୍ଟ -1 । ଲାଗ୍ରେଞ୍ଜ ପଏଣ୍ଟ -1ରେ ସୂର୍ଯ୍ୟ ଏବଂ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସନ୍ତୁଳିତ ରହିଥାଏ ଏବଂ ସେଣ୍ଟ୍ରିଫୁଗୁଲ୍ ଫୋର୍ସ ଗଠନ ହୁଏ । ଅର୍ଥାତ୍ ଯେତେବେଳେ କୌଣସି ବସ୍ତୁ ଏହି ସ୍ଥାନରେ ରଖାଯାଏ, ତାହା କମ୍ ଶକ୍ତିରେ ସହଜରେ ସେଠାରେ ସ୍ଥିର ହୋଇ ରହିଥାଏ । ISRO ଏହି ମହାକାଶଯାନକୁ ଲାଗ୍ରେଞ୍ଜ ପଏଣ୍ଟ -1 ର ହାଲୋ କକ୍ଷପଥରେ ଅର୍ଥାତ୍ ସୂର୍ଯ୍ୟ ଏବଂ ପୃଥିବୀର ମଧ୍ୟରେ ହୋଲୋ କକ୍ଷପଥରେ ରଖାଯିବ । ତେଣୁ ଏହି ମିଶନର ନାମ ହେଉଛି 'ଆଦିତ୍ୟ L1' । ଏହି ପଏଣ୍ଟ ପୃଥିବୀଠାରୁ ପ୍ରାୟ 1.5 ନିୟୁତ କିଲୋମିଟର ଦୂରରେ ରହିଛି ।
Sep 02, 2023, 10:55 am IST

Aditya-L1 ରେ 'L'ର ଅର୍ଥ କ'ଣ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଶନିବାର ଦିନ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ- L1 ଲଞ୍ଚ୍ କରିବା ପାଇଁ ଯାଉଛି । ଆଉ ମାତ୍ର କିଛି ସମୟର ଅପେକ୍ଷା । ସକାଳ 11.50 ରେ ଶ୍ରୀହରିକୋଟା ଠାରୁ ଲଞ୍ଚ କରାଯିବ । ଏହି ମିଶନର ନାମ 'ଆଦିତ୍ୟ L-1' ରଖାଯାଇଛି କାରଣ ଆଦିତ୍ୟ ଅର୍ଥ ସୂର୍ଯ୍ୟ । ଏବଂ 'L-1'ର ଅର୍ଥ Lagrange point । Lagrange point ପୃଥିବୀ ଓ ସୂର୍ଯ୍ୟ ମଝିର ସହି ସ୍ଥାନ ଯେଉଁଠି ରହି ଅର୍ଥାତ୍ ଯେଉଁ ପଏଣ୍ଟରେ ଆଦିତ୍ୟ- L1 ସୂର୍ଯ୍ୟ ଅଧ୍ୟୟନ କରିବ ।
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+