ସୋଶାଲ ମିଡିଆରେ ଭାଇରାଲ ନିଆରା ମାଟ୍ରିମୋନିଆଲ ଆଡ୍
ଡିଜିଟାଲ ଯୁଗରେ ଲୋକମାନେ ସେମାନଙ୍କ ଜୀବନ ସାଥୀଖୋଜିବାର ଶୈଳୀକୁ ବଦଳାଇ ଦେଇଛି । ବିଭିନ୍ନ ଅନଲାଇନ ଆପ ମାଧ୍ୟମରେ ସାଥୀ ଖୋଜୁଛନ୍ତି ଆଜିକାର ଯୁବପିଢି ।
ନୂଆଦିଲ୍ଲୀ : ଡିଜିଟାଲ ଯୁଗରେ ଲୋକମାନେ ସେମାନଙ୍କ ଜୀବନ ସାଥୀଖୋଜିବାର ଶୈଳୀକୁ ବଦଳାଇ ଦେଇଛି । ବିଭିନ୍ନ ଅନଲାଇନ ଆପ ମାଧ୍ୟମରେ ସାଥୀ ଖୋଜୁଛନ୍ତି ଆଜିକାର ଯୁବପିଢି । ତେବେ ନିକଟରେ ଖବରକାଗଜରେ ମ୍ୟାଟ୍ରିମୋନିଆଲ ଆଡ୍ ରେ ସଫ୍ଟୱେର ଇଂଜିନିୟଙ୍କ ବାବଦରେ ଲେଖା ଭାଇରାଲ ହେବାରେ ଲାଗିଛି।

ତେବେ ଜଣେ ସଫ୍ଟୱେର ଇଂଜିନିୟର ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ। କାହା ସହିତ କଥାବର୍ତ୍ତା ହେବା ସହଜ ନୁହେଁ । ତେବେ ଏହି ନିଆରା ଦେଖି ହସି ହସି ବେଦମ ଲୋକେ। ମୁଁ ସଫ୍ଟୱେର ଇଂଜିନିୟର , ମୋତେ କଲ୍ କରନ୍ତୁ ନାହିଁ - ବୋଲି ଖବରକାଗଜ ଆଡ୍ ରେ ଲେଖାଯାଇଛି । ତେବେ ଏହି ଆଡ୍ ବର୍ତ୍ତମାନ ସୋଶାଲ ମିଡିଆ ଆପ୍ ଟ୍ବିଟରରେ ଘୁରି ବୁଲୁଛି । ଅନେକ ୟୁଜର୍ସ ଏଥିରେ ନିଜର ମତ ରଖିଛନ୍ତି । ଏଥିସହ ଏହି ଟ୍ବିଟକୁ ନେଇ ୟୁଜର୍ସ ଖୁବ ମଜା ଉଠାଉଥିବା ଦେଖାଯାଉଛି ।
Future of IT does not look so sound. pic.twitter.com/YwCsiMbGq2
— Samir Arora (@Iamsamirarora) September 16, 2022
ଜଣେ ୟୁଜର୍ସ ଲେଖିଛନ୍ତି, ଆଇଟି ଇଂଜିନିୟର କଲ୍ କରିପାରିବେ ନାହିଁ, ଆଉ ମେକାନିକାଲ ଇଂଜିନିୟର କରି ପାରିବେ ତ ? ଆଉ ଜଣେ ୟୁଜର୍ସ ଲେଖିଛନ୍ତି , ଆଜିକାଲି ସଫ୍ଟୱେର ଇଂଜିନିୟର ସବୁ କିଛି ଅନଲାଇନ ଦେଖୁଛନ୍ତି, ଏମିତିକି ନିଜ ପାଇଁ ପତ୍ନୀ ମଧ୍ୟ। ଏହି ପେପର ଆଡ୍ କୁ ବିଶ୍ବାସ କରନ୍ତୁ ନାହିଁ । କାହିଁକି ନା ଇଂଜିନିୟର ନିଜେ ଦେଖି ଚାହିଁ ବିବାହ କରିବେ ।












Click it and Unblock the Notifications