ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରଙ୍କ ମୃତ୍ୟୁ, ପରିବାର ଦେଲା ସୂଚନା
Social Media influencer ମିଶା ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି । ଏନେଇ ପରିବାର ପକ୍ଷରୁ ସୂଚନା ଜାରି କରାଯାଇଛି । ମିଶାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି କୁହାଯାଇଥିଲା ଯେ ତାଙ୍କର ଜନ୍ମଦିନ ୨୬ ଏପ୍ରିଲରେ ଏବଂ ଜନ୍ମଦିନର ମାତ୍ର ଦୁଇ ଦିନ ପୂର୍ବରୁ ୨୪ ଏପ୍ରିଲରେ ତାଙ୍କର ଦେହାନ୍ତ ହୋଇଛି । ଇନଷ୍ଟାଗ୍ରାମରେ ମିଶାଙ୍କ ପୋଷ୍ଟରେ ଲେଖା ଅଛି - 'ମିଶା ଅଗ୍ରୱାଲ, ୨୬ ଏପ୍ରିଲ ୨୦୦୦ - ୨୪ ଏପ୍ରିଲ ୨୦୨୫। ମିଶା ଅଗ୍ରୱାଲଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ଏବଂ ତାଙ୍କ କାମକୁ ଆପଣମାନେ ଦେଇଥିବା ସମସ୍ତ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ।
ମିଶା ଅଗ୍ରୱାଲଙ୍କ ହଠାତ୍ ମୃତ୍ୟୁ କିପରି ହେଲା ସେନେଇ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। କିନ୍ତୁ ଏହି ଖବର ତାଙ୍କ ଇନଷ୍ଟାଗ୍ରାମରେ ୩୪୩ ହଜାର ଫଲୋଅର୍ସଙ୍କୁ ଝଟକା ଲାଗିଛି । ତାଙ୍କ ମୃତ୍ୟୁ ଖବରକୁ ପ୍ରଶଂସକମାନେ ଗ୍ରହଣ କରିପାରୁନାହାଁନ୍ତି। ଏହି ପୋଷ୍ଟରେ ଅନେକ ଲୋକପ୍ରିୟ ବ୍ୟକ୍ତିତ୍ୱ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ଅଭିନେତ୍ରୀ ଶିବାନୀ ବେଦୀ ଲେଖିଛନ୍ତି- 'ମୁଁ ଏହା ବିଶ୍ୱାସ କରିପାରୁନାହିଁ।' ଏହା ବ୍ୟତୀତ ସୁହାନି ଶାହ ଏବଂ ନଗମା ମିର୍ଜାକ ମଧ୍ୟ ମିଶାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। କିଛି ଲୋକ ଏହାକୁ ପବ୍ଲିସିଟି ଷ୍ଟଣ୍ଟ ଏବଂ ପ୍ରାଙ୍କ ବୋଲି ମଧ୍ୟ କହୁଛନ୍ତି।












Click it and Unblock the Notifications