ଡାଉନ୍ ହେଲା ଇନଷ୍ଟଗ୍ରାମ, ୟୁଜର୍ସ୍ ଖପ୍ପା
ଇନଷ୍ଟାଗ୍ରାମର ସେବା ହଠାତ୍ ବନ୍ଦ ହୋଇଯାଇଛି। ୟୁଜର୍ସ ଟ୍ୱିଟ୍ ମାଧ୍ୟମରେ ଇନଷ୍ଟା ଡାଉନ୍ ହୋଇଥିବାର ଅଭିଯୋଗ କରୁଛନ୍ତି। ଡାଉନ୍ ଡିଟେକ୍ଟରର ରିପୋର୍ଟ ଅନୁଯାୟୀ, ଇନଷ୍ଟାଗ୍ରାମ ସମସ୍ୟା ହେତୁ କାମ କରୁନାହିଁ, ଯେଉଁଥିପାଇଁ ଉପଭୋକ୍ତାମାନେ ସେମାନଙ୍କ ଆକାଉଣ୍ଟ ଚଳାଇବାକ
ନୂଆଦିଲ୍ଲୀ: ଇନଷ୍ଟାଗ୍ରାମର ସେବା ହଠାତ୍ ବନ୍ଦ ହୋଇଯାଇଛି। ୟୁଜର୍ସ ଟ୍ୱିଟ୍ ମାଧ୍ୟମରେ ଇନଷ୍ଟା ଡାଉନ୍ ହୋଇଥିବାର ଅଭିଯୋଗ କରୁଛନ୍ତି। ଡାଉନ୍ ଡିଟେକ୍ଟରର ରିପୋର୍ଟ ଅନୁଯାୟୀ, ଇନଷ୍ଟାଗ୍ରାମ ସମସ୍ୟା ହେତୁ କାମ କରୁନାହିଁ, ଯେଉଁଥିପାଇଁ ଉପଭୋକ୍ତାମାନେ ସେମାନଙ୍କ ଆକାଉଣ୍ଟ ଚଳାଇବାକୁ ଅସମର୍ଥ ହୋଇଥିଲେ ।

ଇନଷ୍ଟାଗ୍ରାମ ଦୀର୍ଘ ସମୟ ଧରି ବନ୍ଦ ରହିବା ପରେ ପୁଣି ଚାଲୁ ହୋଇଛି । ହଜାର ହଜାର ଉପଭୋକ୍ତା ସକାଳ 10 ଟାରୁ 12 ଟା ପର୍ଯ୍ୟନ୍ତ ଏହି ସମସ୍ୟାର ସାମ୍ନା କରିଥିଲେ । ଦେଶର ପ୍ରାୟ ସମସ୍ତ ସହରରୁ ଇନଷ୍ଟା ଡାଉନ୍ ହେବା ଅଭିଯୋଗ ଆସିଥିବା ଦେଖା ଯାଇଥିଲା।
କିନ୍ତୁ, କିଛି ଲୋକଙ୍କ ଇନଷ୍ଟାଗ୍ରାମ ଏହି ସମୟରେ କାମ କରୁଥିବା ମଧ୍ୟ ଦେଖା ଯାଇଥିଲା । କହିବାକୁ ଗଲେ ଗତ କିଛି ଦିନ ଧରି ଆଉଟେଜ୍ ଯୋଗୁଁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ପରେଣ୍ଟ କଂପାନୀ ମେଟା ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ମତ ରଖି ନାହିଁ।












Click it and Unblock the Notifications