ଏସି କୋଚ୍ରେ ସାପ, ଛାନିଆ ହେଲେ ଯାତ୍ରୀ
ଗାଡି, ଘର ପରେ ଏବେ ଏସି କୋଚରେ ପଶିଲା ସାପ । ଛାନିଆ ହେଲେ ଯାତ୍ରୀ । ନିକଟରେ ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯାତ୍ରୀମାନେ ଉପର ବର୍ଥରେ ଲାଗିଥିବା ଲୁହା ଉପରେ ଏକ ଲମ୍ବା ସାପକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତା'ର କିଛି ସମୟ ମଧ୍ୟରେ ଟ୍ରେନ୍ରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଏହି ଘଟଣା ଘଟିଥିବା ସୂଚନା ରହିଛି।

ଯେତେବେଳେ ଜଣେ ଯାତ୍ରୀ କୋଚ ନମ୍ବର ଜି୧୭ରେ ସାପର ଶବ୍ଦ ଶୁଣି ଅନ୍ୟମାନଙ୍କୁ ସଚେତନ କରାଇଲେ ସେତେବେଳେ ଆତଙ୍କ ଖେଳିଯାଇଥିଲା। ପ୍ରଥମେ ସାପର ଶବ୍ଦ ଶୁଣି ଉପରକୁ ଚାହିଁଲା ବେଳକୁ ସାପଟି ଗୁଡ଼େଇ ଗାଡ଼େଇ ହୋଇ ସେଠାରେ ରହିଥାଲ। ସୂଚନା ମୁତାବକ, ଟ୍ରେନଟି କାସରା ରେଳ ଷ୍ଟେସନରେ ଥିଲାବେଳେ ଯାତ୍ରୀମାନେ ଏସି କୋଚ୍ ଭିତରେ ସାପ ଥିବା ଦେଖିଥିଲେ।
କୁହାଯାଉଛି ଯେ ୫ ଫୁଟ ଲମ୍ବର ସାପ କୋଚ ନମ୍ବର G17 ରେ ସିଟ୍ ତଳେ ଲୁଚି ରହିଥିଲା, ଯାହା ହଠାତ୍ ସାଇଡ୍ ବର୍ଥରୁ ହଠାତ୍ ବାହାରକୁ ଚାଲି ଆସିଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି। ସାପ ବିଷୟରେ ତୁରନ୍ତ ଟ୍ରେନ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା,
ଏହା ପରେ ଟ୍ରେନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଭାରତୀୟ ରେଳ ଏହି ଘଟଣାର ବିଷୟରେ ଜାଣିବା ପରେ ଉକ୍ତ ଏସି କୋଚକୁ ଟ୍ରେନରୁ ଅଲଗା କରିଥିଲା। ପରେ କିଛି ସମୟ ମଧ୍ୟରେ ସାପକୁ ସୁରକ୍ଷିତ ଭାବେ ଟ୍ରେନ୍ରୁ ବାହାରକୁ ବାହର କରାଯାଇଛି।












Click it and Unblock the Notifications