Get Updates
Get notified of breaking news, exclusive insights, and must-see stories!

ବିସ୍କୁଟ ପ୍ୟାକେଟରେ ସାପ ଚୋରା ଚାଲଣ

ମୁମ୍ବାଇ:ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଯାତ୍ରୀ ବିଦେଶୀସାପ ଚୋରା ଚାଲାଣ କରି ବ୍ୟାଙ୍କକରୁ ଭାରତକୁ ଆଣିଥିଲେ । ଏହି ସାପମାନଙ୍କୁ ଅତି ଚତୁରତାର ସହିତ ବିଦେଶରୁ ଭାରତକୁ ଅଣାଯାଉଥିଲା । ବିସ୍କୁଟ୍ ଏବଂ କେକ୍ ପ୍ୟାକେଟଗୁଡ଼ିକ ମଧ୍ୟରେ ଏହି ସାପ ଗୁଡ଼ିକୁ ଲୁଚାଇ ଆଣୁଥିଲେ ଭାରତକୁ ।

ବିମାନବନ୍ଦରରେ ଥିବା ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳୟର ଟିମ୍ ଲଗେଜ ଯାଞ୍ଚ କରୁଥିବା ସମୟରେ ସାପଗୁଡ଼ିକୁ ଜବତ କରିବା ସହ ଜଣେ ଯାତ୍ରୀଙ୍କୁ ଗିରଫ କରିଛି । ଯାତ୍ରୀଙ୍କ ଲଗେଜ ଯାଞ୍ଚ ବେଳେ ସାପଗୁଡ଼ିକ ମିଳିଥବା ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି । ଗିରଫ ଯାତ୍ରୀ ଜଣକ ବନ୍ୟପ୍ରାଣୀ ଚୋରାଚାଲାଣ ସିଣ୍ଡିକେଟ୍ ସହ ସମ୍ପୃକ୍ତ ଥିବା କୁହାଯାଉଛି । ବ୍ୟାଙ୍କକ୍ ଯିବାକୁ ଥିବା ପରବର୍ତ୍ତୀ ବିମାନରେ ଉକ୍ତ ସାପଗୁଡ଼ିକୁ ପଠାଇ ଦିଆଯାଇଛି ।

snake smuggled

ସୁଚନାନୁସାରେ ଡିସେମ୍ବର ୨୧ ରେ ମୁମ୍ବାଇ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ ସମୟରେ ଜଣେ ଯାତ୍ରୀଙ୍କୁ ସନ୍ଦେହରେ ଅଟକାଇଥିଲେ ରାଜସ୍ୱ ଗୋଇନ୍ଦା ଟିମ୍ । ଯେତେବେଳେ ଅଧିକାରୀମାନେ ଯାତ୍ରୀଙ୍କୁ ଅଟକାଇ ତାଙ୍କୁ ଯାଞ୍ଚ କରିଥିଲେ , ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଯାତ୍ରୀ ଜଣକ ବିସ୍କୁଟ ଏବଂ କେକ୍ ର ପ୍ୟାକେଟ ଭିତରେ ଲୁଚାଇ ବିଦେଶୀ ସାପମାନଙ୍କୁ ଚୋରା ଚାଲାଣ କରୁଥିଲେ । ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ସାପ ବିଦେଶୀ ପ୍ରଜାତିର, ଯେଉଁଥିରେ ନଅଟି ବଲ୍ ପାଇଥନ୍ ଏବଂ ଦୁଇଟି ର୍କନ ସାପ ରହିଥିବା କୁହାଯାଉଛି ।

ଏହି ପ୍ରସଙ୍ଗରେ ଅଧିକ ସୂଚନା ଦେଇ ଡିଆରଆଇ କହିଛନ୍ତି ଏହି ସମସ୍ତ ସାପ ଭାରତର ଜଳବାୟୁରେ ବଞ୍ଚିପାରିବେ ନାହିଁ । ତେଣୁ ଏହି ସମସ୍ତ ସାପ ବ୍ୟାଙ୍କକକୁ ପଠାଇ ଦିଆଯାଇଛି । ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମସ୍ତ ସାପ ସ୍ୱଦେଶୀ ପ୍ରଜାତିର ନୁହଁନ୍ତି । ତେଣୁ ଭାରତର ଜଳବାୟୁ ସେମାନଙ୍କ ପାଇଁ ଠିକ୍ ନୁହେଁ । ଏଗୁଡିକ ବିଲୁପ୍ତ ପ୍ରଜାତିର ବନ୍ୟଜନ୍ତୁ ଏବଂ ଫ୍ଲୋରାର ଆନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀ ଏବଂ ଆମଦାନୀ ନୀତିର ଉଲ୍ଲଂଘନ କରି ଏହି ସାପ ଗୁଡ଼ିକୁ ଅଣାଯାଉଥିଲା । ଏହି ସାପ ଗୁଡ଼ିକୁ ଚୋରା ଚାଲାଣ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+