ଚପଲ ଭିତରେ ଲୁଚି ରହିଥିଲା ସାପ, ପିନ୍ଧିବା ପରେ ଗଲା ଯୁବକଙ୍କ ଜୀବନ

ବେଙ୍ଗାଲୁରୁରୁ ସାପ କାମୁଡ଼ିବାରେ ମୃତ୍ୟୁର ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି। ଏଠାର ଏକ ୪୧ ବର୍ଷିୟ ସଫ୍ଟୱେୟାର ଇଞ୍ଜିନିୟରଙ୍କର ମୃତ୍ୟୁ ଏକ ବିଷାକ୍ତ ସାପ କାମୁଡ଼ିବାରେ ମୃତ୍ୟୁ ହୋଇଛି। ସୂଚନା ମୁତାବିକ, ସାପ ବ୍ୟକ୍ତିର କ୍ରାକ୍ସରେ ଲୁଚି ରହିଥିଲା। ଯେମିତି ବ୍ୟକ୍ତି ଚପଲ ପିନ୍ଧିବାକୁ ଚେଷ୍ଟା କଲେ , ସାପ ତାଙ୍କ ଉପରେ ଆକ୍ରମଣ କରି ଥିଲା। ଗୋଟିଏ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

Snake

ମୃତକଙ୍କ ନାଁ ମଞ୍ଜୁ ପ୍ରକାଶ । ସେ ଟିସିଏସରେ କାମ କରୁଥିଲେ ଏବଂ ବେଙ୍ଗାଲୁରୁର ରଙ୍ଗନାଥ ଲେଆଉଟ୍‌ରେ ରହୁଥିଲେ। ପୁଲିସ ରିପୋର୍ଟ ମୁତାବିକ ପ୍ରକାଶ ନିଜର କ୍ରାକ୍ସ ଚପଲ ଘରର ମେନ୍‌ ଗେଟ୍ ବାହାରେ ଛାଡ଼ି ଦେଇ ଥିଲେ। କିଛି ସମୟ ପରେ ସେ ନିକଟସ୍ଥ ଏକ ଦୋକାନରୁ ଜୁସ୍‌ କିଣି ଫେରିଲେ ଏବଂ ନିଜର ଚପଲ ପିନ୍ଧିବାକୁ ଚେଷ୍ଟା କଲେ। ହେଲେ ଯେମିତି ହିଁ ସେ ଏହା ଉପରେ ପାଦ ରଖିଲେ , ଭିତରେ ଲିଚି ଥିବା ସାପ ତାଙ୍କ ଦଂଶନ କରିଥିଲା।

ଏନଡିଟିଭିର ଏକ ରିପୋର୍ଟ ମୁତାବିକ , ପ୍ରକାଶଙ୍କ ସହ ପୂର୍ବରୁ ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା,ଯେଉଁଥି ପାଇଁ ତାଙ୍କ ପାଦରେ ଯନ୍ତ୍ରଣା ଅନୁଭବ ହେଉ ନଥିଲା। ଏହି କାରଣରୁ ତାଙ୍କୁ ସାପ କାମିଡ଼ିବାର ଅନୁଭବ ହେଲା ନାହିଁ। ପରେ ଯେବେ ସେ ଚପଲ ଓହ୍ଲାଇଲେ , ସେତେବେଳେ ପରିବାର ଜଣେ ସଦସ୍ୟଙ୍କୁ ଚପଲ ଭିତରେ ସାପ ନଜର ଆସିଥିଲା।

ପରିବାରର ସେହିଲୋକେ ସାପକୁ ବାହାର କଲେ , କିନ୍ତୁ ସେତେବେଳେ ସୁଦ୍ଧା ସାପର ମୃତ୍ୟୁ ହୋଇ ସାରିଥିଲା। ସମ୍ଭବତଃ କ୍ରାକ୍ସର ଭିତରେ ଅଣନିଶ୍ୱାସ ହୋଇ ସାପ ଆଉ ବଞ୍ଚି ପାରି ନଥିଲା। ଏହାପରେ ଯେତେବେଳେ ପ୍ରକାଶଙ୍କର ମାଆ ତାଙ୍କୁ ଦେଖିବାକୁ ଗଲେ , ତ ସେ ଶେଯରେ ବେହୋସ ପଡ଼ି ଥିଲେ ,ତାଙ୍କ ମୁହଁରୁ ଫେଣ ବାହାରୁ ଥିଲା। ପ୍ରକାଶଙ୍କ ଗୋଟିଏ ପାଦରୁ ରକ୍ତ ମଧ୍ୟ ବାହାରୁ ଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ ନେଇ ଯାଇଥିଲେ, ଯେଉଁଠି ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+