ନିର୍ବାଚନରେ ବିଫଳ ହେବା ପରେ ସ୍ମୃତିଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ...
ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନରେ ବିଜେପି ମ୍ୟାଜିକ୍ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍ଡିଏ ବହୁମତ ପାଇଛି । ତେବେ ତୃତୀୟ ଥର ପାଇଁ ଏନ୍ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୮ରେ ଶପଥ ନେବେ ବୋଲି ଜଣାପଡିଛି ।
ଏପଟେ ଅମେଠିରୁ ସ୍ମୃତି ଇରାନୀ ହାରିବା ସମସ୍ତଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଥିଲା । ୫ବର୍ଷ ତଳେ ସେ ରାହୁଲ ଗାନ୍ଧୀଙ୍କୁ ହରାଇଥିବା ବେଳେ ଏଥର ସେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରିଛନ୍ତି । ପରାଜୟ ବରଣ ପରେ ସ୍ମୃତି ଏକ୍ସରେ ପୋଷ୍ଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି, "ଏଇତ ଜୀବନ ... ମୋ ଜୀବନର ଏକ ଦଶନ୍ଧି ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା,

ଜୀବନ ଗଢ଼ିବା, ଆଶା ଏବଂ ଆକାଂକ୍ଷା ପ୍ରତିପାଦନ କରିବା, ସଡକ, ନଳା, ବାଇପାସ୍, ମେଡିକାଲ୍ କଲେଜ ଏବଂ ଅନ୍ୟ ଭିତ୍ତିଭୂମିର ସ୍ଥାପନ କରିବାରେ ଲଗାଇଥିଲି । ହାରିବା ଓ ଜିତିବା ସମୟରେ ମୋ ସହ ଠିଆ ହୋଇଥିବା ଲୋକଙ୍କ ଆଗରେ ମୁଁ ସର୍ବଦା କୃତଜ୍ଞ ରହିବି । ଯେଉଁମାନେ ଜିତିଛନ୍ତି ସେମାନଙ୍କୁ ଶୁଭେଚ୍ଛା ଏବଂ ଯେଉଁ ପ୍ରଶ୍ନ କରୁଛନ୍ତି ଯେ, ଜୋସ୍ କେମିତି ରହିଛି? ମୁଁ ସେମାନଙ୍କୁ କହିବି, ଏବେ ବି ଅଧିକ ରହିଛି ।"












Click it and Unblock the Notifications