ଶ୍ୱାତୀ ମାଲିୱାଲ ମାମଲାରେ କେଜ୍ରିୱାଲଙ୍କୁ ଘେରିଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ : ନୂଆଦିଲ୍ଲୀ: ଗତ ସପ୍ତାହରେ ଶ୍ୱାତୀ ମାଲିୱାଲ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବୈଭବ କୁମାରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ କରିଥିବା ଅଭିଯୋଗ କରିବା ପରେ ଏକ ବଡ଼ ରାଜନୈତିକ ଯୁଦ୍ଧଆରମ୍ଭ ହୋଇଥିଲା । ପରେ କୁମାରଙ୍କୁ ବୈଭବ କୁମାରଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆପର ରାଜ୍ୟ ସଭା ଏମ୍ପି ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ତଥା ଆକ୍ରମଣ ମାମଲାରେ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ଏହି ପ୍ରସଙ୍ଗରେ କେଜ୍ରୱାଲ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି ବୋଲି ସ୍ମୃତି ପଚାରିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ । ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସ୍ମୃତି କହିଛନ୍ତି, ତାଙ୍କ ବ୍ୟତୀତ ସ୍ୱାତୀଙ୍କୁ ପିଟିବା ସମୟରେ କେଜ୍ରିୱାଲଙ୍କ ବାସଭବନରେ ପରିବାରର କେଉଁ ସଦସ୍ୟ ଏବଂ କର୍ମଚାରୀ ଉପସ୍ଥିତ ଥିଲେ, କେବଳ ମାଲିୱାଲ ଏବଂ କେଜ୍ରିୱାଲ ଏହି ସୂଚନା ଦେଇପାରିବେ । ' ସ୍ମୃତି ଅନେକ ପ୍ରଶ୍ନ ପଚାରିଛନ୍ତି । ବାସଭବନରେ କେଜ୍ରିୱାଲଙ୍କ ଉପସ୍ଥିତିରେ ସ୍ୱାତୀଙ୍କୁ କାହିଁକି ପିଟା ଯାଇଥିଲା? କେଜ୍ରିୱାଲ ଏପର୍ଯ୍ୟନ୍ତ କାହିଁକି ସ୍ପଷ୍ଟ କଥା କହୁନାହାନ୍ତି ବୋଲି ସ୍ମୃତି କରିଛନ୍ତି ପ୍ରଶ୍ନ ।












Click it and Unblock the Notifications