Amethi Election Results 2024: ଆମେଠିରେ ୭୧ ହଜାର ଭୋଟ ପଛରେ ସ୍ମୃତି ଇରାନୀ

Amethi Election Results 2024: ଆମେଠିରେ ଲଗାତାର ପଛରେ ପଡିଯାଇଛନ୍ତି ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ । ଦିନ ୧ଟା ସୁଦ୍ଧା ସ୍ମୃତି ଇରାନୀ ୭୧ ହଜାର ଭୋଟ ପଛରେ ରହିଛନ୍ତି । ଆଗରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲ । ସେହିପରି ଦିନ ୧୧ଟା ସୁଦ୍ଧା କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲଙ୍କଠାରୁ ସ୍ମୃତି ଇରାନୀ ୩୯ ହଜାର ୧୪୭ ଭୋଟ ପଛରେ ରହିଥିଲେ ।

ଉତ୍ତରପ୍ରଦେଶର ଆମେଠି ଲୋକସଭା ଆସନ ସର୍ବଦା ଚର୍ଚ୍ଚାରେ ରହିଥାଏ । ଗତଥର ଏଠାରେ ସ୍ମୃତି ଇରାନୀଙ୍କ ବିପକ୍ଷରେ ରାହୁଲ ଗାନ୍ଧୀ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। ହେଲେ ଲୋକସଭା ନିର୍ବାଚନ ୨୦୨୪ରେ କଂଗ୍ରେସ ପ୍ରାର୍ଥୀ ବଦଳାଇ କିଶୋରୀଲାଲଙ୍କୁ ପ୍ରାର୍ଥୀ କରିଥିଲା।

Amethi Election Results 2024

ମଙ୍ଗଳବାର ଭୋଟ ଗଣତି ଜାରି ରହିଥିବାବେଳେ କିଶୋରୀଲାଲ ୧ ଲକ୍ଷ ୨୭ ହଜାର ୧୧୩ ଖଣ୍ଡ ଭୋଟ ପାଇ ଆଗରେ ରହିଛନ୍ତି। ସେହିପରି ସ୍ମୃତି ଇରାନୀ ୮୭ ହଜାର ୯୬୬ ଭୋଟ ପାଇଛନ୍ତି। ବିଏସପି ପ୍ରାର୍ଥୀ ୮୬୩୮ ଭୋଟ ପାଇ ୩ୟ ସ୍ଥାନରେ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+