ପୁଣି ଟିମକୁ ଫେରିଲେ ସ୍ମୃତି ଇରାନି , ପ୍ରଧାନମନ୍ତ୍ରୀ ଦେଲେ ବଡ ଦାୟିତ୍ଵ

୨୦୨୪ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଛଅ ମାସରୁ ଅଧିକ ସମୟ ଧରି ଲୋକଲୋଚନରୁ ଦୂରେଇ ରହିଥିଲେ ସ୍ମୃତି ଇରାନୀ। ମଝିରେ ତାଙ୍କୁ କେବଳ ଏକ ସାକ୍ଷାତକାରରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପୁଣି ଥରେ ପ୍ରଧାନମନ୍ତ୍ରୀ ସେ ମୋଦିଙ୍କ ଟିମ୍‌ରେ ଯୋଗ ଦେଇଛନ୍ତି। ଏଥର ତାଙ୍କର ଭୂମିକା ପୂର୍ବ ଅପେକ୍ଷା ଭିନ୍ନ ରହିଛି।
ମୋଦି ତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଏଥର ମନ୍ତ୍ରୀ ଭାବରେ ନୁହେଁ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପାଠାଗାର (PMML)ର କାର୍ଯ୍ୟର୍ନିବାହୀ ପରିଷଦରେ ସ୍ମୃତି ଇରାନୀଙ୍କୁ ସ୍ଥାନ ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳର ପ୍ରଥମ ୧୦ବର୍ଷ ମଧ୍ୟରେ ସେ ଶିକ୍ଷା ଏବଂ ବୟନଶିଳ୍ପ ମନ୍ତ୍ରୀ ଥିଲେ। ସରକାର ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ପାଠାଗାରର କାର୍ଯ୍ୟର୍ନିବାହୀ ପରିଷଦକୁ ସେ ପୁନର୍ଗଠିତ କରିଛନ୍ତି।

Smriti Irani

ନୂତନ ବ୍ୟବସ୍ଥା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କୁ ଅଧ୍ୟକ୍ଷ ଭାବରେ ଅତିରିକ୍ତ ପାଞ୍ଚ ବର୍ଷ କାର୍ଯ୍ୟକାଳ ଦିଆଯାଇଛି। ନୂତନ ସଦସ୍ୟଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅବସରପ୍ରାପ୍ତ ସେନା ଜେନେରାଲ ସୟଦ ଆତା ହସନେନ, ପୂର୍ବତନ ନୀତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର ଏବଂ ଚଳଚ୍ଚିତ୍ର ର୍ନିମାତା ଶେଖର କପୁର ସାମିଲ ଅଛନ୍ତି। ସମାଜ ଏବଂ ପରିଷଦରେ ମନୋନୀତ ସଦସ୍ୟଙ୍କ କାର୍ଯ୍ୟକାଳ ସର୍ବାଧିକ ପାଞ୍ଚ ବର୍ଷ। ନିୟମ ଅନୁଯାୟୀ, ଜଣେ ସଦସ୍ୟ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିପାରିବେ। ପୂର୍ବ କାର୍ଯ୍ୟର୍ନିବାହୀ ପରିଷଦର କାର୍ଯ୍ୟକାଳ ସୋମବାର ଶେଷ ହୋଇଥିଲା।

ଏହି ତାଲିକାରେ ସ୍ମୃତି ଇରାନୀଙ୍କ ନାମ ଗୁରୁତ୍ୱପୂର୍ଣ୍ଣ କାରଣ ଲୋକ ସଭା ର୍ନିବାଚନରେ ପରାଜୟ ପରେ ସେ ଲୋକଲୋଚନରୁ ଉଭାନ ହୋଇଯାଇଥିଲେ। ଏହି ପରିଷଦର ନେତୃତ୍ୱ ନିଜେ ପ୍ରଧାନମନ୍ତ୍ରୀ ମୋଦି ନେଉଛନ୍ତି। ସେ ପରିଷଦର ଅଧ୍ୟକ୍ଷ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଉପାଧ୍ୟକ୍ଷ। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ପାଠାଗାରର ସଦସ୍ୟ ସଂଖ୍ୟା ୨୯ ଥିଲା। ଏବେ ଏହାକୁ ୩୪କୁ ବୃଦ୍ଧି କରାଯାଇଛି। ପିଏମଏମଏଲ ପୂର୍ବରୁ ନେହେରୁ ସ୍ମାରକୀ ସଂଗ୍ରହାଳୟ ଏବଂ ପାଠାଗାର ଭାବରେ ଜଣାଶୁଣା ଥିଲା। ଏହାର ଲକ୍ଷ୍ୟ ହେଉଛି ଭାରତର ସ୍ବାଧୀନତା ସଂଗ୍ରାମ ଏବଂ ଏହାର ପୁନଃର୍ନିମାଣ ସହିତ ଜଡିତ ଜିନିଷଗୁଡ଼ିକୁ ସଂରକ୍ଷଣ କରିବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+