କଂଗ୍ରେସ ଉପରେ ବର୍ଷିରେ ସ୍ମୃତି ଇରାନୀ, କହିଲେ ଯାହା ନେତା ମୁର୍ଖ ସେମାନେ ଡରିବା ଉଚିତ୍, ଆମେ ସିଂହ ପାର୍ଟିର କର୍ମୀ

Smriti Irani In Rajasthan: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁବାର ଦିନ ରାଜସ୍ଥାନରେ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛନ୍ତି । ଦୁର୍ନୀତି, ଆଇନ ଶୃଙ୍ଖଳା, ମହିଳାଙ୍କ ବିରୋଧରେ ଅପରାଧ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ କଂଗ୍ରସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି 'ଯାହାର ନେତା ମୂର୍ଖ, ସେମାନେ ଭୟଭୀତ ଅନୁଭବ କରନ୍ତି, ଆମେ ସିଂହ ଦଳର କର୍ମୀ ...' ।

ଦେଓଲିରେ ବିଜେପି ପ୍ରାର୍ଥୀ ବିଜୟ ବଇନ୍ସଲଙ୍କ ସମର୍ଥନରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ଇରାନୀ ରାଜସମାନର ଚାରବୁଜାସ୍ଥିତ ଦଳ ପ୍ରାର୍ଥୀ ସୁରେନ୍ଦ୍ର ସିଂ ରାଠୋରଙ୍କ ସମର୍ଥନରେ ବିଧାନସଭା ନିର୍ବାଚନକୁ ମହିଳାଙ୍କ ସମ୍ମାନ ପାଇଁ ସଂଗ୍ରାମ ବୋଲି ବର୍ଣ୍ଣନା କରିଛନ୍ତି ।

Smriti Irani

ଇରାନୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଏପରି ଏକ ସରକାରଙ୍କ ଆବଶ୍ୟକତା ରହିଛି ଯିଏ ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଥାଉ । ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧର ମୁକାବିଲା ପାଇଁ ବିଜେପି ନେତୃତ୍ୱାଧୀନ ସରକାର ଠୋସ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି।

ଯଦି ବିଜେପି କ୍ଷମତାକୁ ଆସେ ତେବେ କୃଷକମାନଙ୍କୁ ବାର୍ଷିକ ଆର୍ଥିକ ସହାୟତା ବୃଦ୍ଧି, ମହିଳାଙ୍କ ପାଇଁ ସୁଲଭ ମୂଲ୍ୟରେ ଗ୍ୟାସ ସିଲିଣ୍ଡର, ନବଜାତକ ବାଳିକାମାନଙ୍କ ପାଇଁ ବୀମା ଏବଂ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଝିଅମାନଙ୍କୁ ସ୍କୁଟି ପ୍ରଦାନ କରିବା ସହିତ ଜନସାଧାରଣଙ୍କୁ ମିଳିବା ପାଇଁ ଥିବା ଗୁରୁତ୍ୱପୂର୍ଣ୍ଣ ସୁବିଧା ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ
ଆଶ୍ୱାସନା ଦେଇଛନ୍ତି ।

ସୂଚନାଥାଉ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଏହି ସମାବେଶକୁ ସମ୍ବୋଧିତ କରିଥାନ୍ତେ କିନ୍ତୁ ତାଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ବାତିଲ ହେବା ପରେ ଇରାନୀ ତାଙ୍କ ସ୍ଥାନରେ ରାଲିକୁ ସମ୍ବୋଧିତ କରିଛନ୍ତି । ଇରାନୀ ଆହୁରି କହିଛନ୍ତି, ବିଜେପି କର୍ମୀମାନେ ସିଂହ ଦଳର ଅଟନ୍ତି ଏବଂ ସେମାନେ ଭୟ କରନ୍ତି ନାହିଁ। ସେ ବିରୋଧିଙ୍କୁ ଟାର୍ଗେଟ୍ କରି କହିଛନ୍ତି 'ଯେଉଁମାନଙ୍କର ନେତାମାନେ ମୂର୍ଖ, ସେମାନଙ୍କୁ ଭୟଭୀତ ହେବା ଉଚିତ୍ । ଆମେ ସିଂହ ପାର୍ଟିର କର୍ମୀ । ତୁମେ ଆମକୁ ଯେତେ ଡରାଇବାକୁ ଚେଷ୍ଟା କଲେ ମଧ୍ୟ ଆମେ ଭୟ କରିବୁ ନାହିଁ ।

ଇରାନୀ କଂଗ୍ରେସ ସରକାରକୁ ନିନ୍ଦା କରିବା ସହ ମହିଳାଙ୍କ ପ୍ରତି ବଳାତ୍କାର ଓ ଅତ୍ୟାଚାର ମାମଲା ଉଲ୍ଲେଖ କରିଛି। ସେ ଏହି ପ୍ରସଙ୍ଗରେ ସରକାରଙ୍କ ନିରବତାକୁ ସମାଲୋଚନା କରିବା ସହ ମହିଳାଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଉପରେ ପ୍ରଶ୍ନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+