ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ନିଆଁ , ଉଡାଣ ବାତିଲ
ବିମାନରେ ଲାଗିଲା ନିଆଁ। ଓମାନ ରାଜଧାନୀ ମସ୍କଟରୁ କେରଳର କୋଚି ଅଭିମୁଖେ ଉଡାଣ ଭରିବାକୁ ଥିବା ଏୟାର ଇଣ୍ଡିଆ-ଏକ୍ସପ୍ରେସ ବିମାନରେ ହଠାତ୍ ନିଆଁ ଦେଖିବାକୁ ମିଳିଥିଲା।
ନୂଆଦିଲ୍ଲୀ: ବିମାନରେ ଲାଗିଲା ନିଆଁ। ଓମାନ ରାଜଧାନୀ ମସ୍କଟରୁ କେରଳର କୋଚି ଅଭିମୁଖେ ଉଡାଣ ଭରିବାକୁ ଥିବା ଏୟାର ଇଣ୍ଡିଆ-ଏକ୍ସପ୍ରେସ ବିମାନରେ ହଠାତ୍ ନିଆଁ ଦେଖିବାକୁ ମିଳିଥିଲା। ବିମାନ ଟି ଟେକ-ଅଫର କିଛି ସମୟ ପୂର୍ବରୁ ଏହି ଅଘଟଣର ସାମ୍ନା କରିଥିଲା। ଦୁର୍ଘଟଣା ପରେ ବିମାନ ଯାତ୍ରା ବାତିଲ କରିବା ସହିତ ଯାତ୍ରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ବିମାନରୁ ବାହାରକୁ ଅଣାଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ବେଳେ, ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସର ଏହି ବିମାନଟି 145 ଯାତ୍ରୀଙ୍କୁ ଧରି କୋଚି ଅଭିମୁଖେ ଉଡାଣ ପାଇଁ ପ୍ରସ୍ତୁତ ହେଉଥିଲା । ଯାତ୍ରୀଙ୍କୁ ଉଦ୍ଧାର ପରେ ଟର୍ମିନାଲ ବିଲ୍ଡିଂରେ ରଖାଯାଇଛି । ଅନ୍ୟ ଏକ ବିମାନ ଜରିଆରେ ସେମାନଙ୍କୁ କୋଚି ଅଣାଯିବା ପାଇଁ ପ୍ରୟାସ କରାଯାଉଥିବା ଡିଜିସିଏ ପକ୍ଷରୁ ସୂଚନା ମିଳିଛି । ତେବେ ବିମାନରେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ। ଘଟଣାର ତଦନ୍ତ ନିର୍ଦ୍ଦେଶ ମିଳିସାରିଥିବା ମଧ୍ୟ ଉଡାଣ ନିର୍ଦ୍ଦେଶାଳୟ ସୂଚନା ଦେଇଛି ।












Click it and Unblock the Notifications