ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ: ଦିନିକିଆ ଶୋକ ଘୋଷଣା କଲେ କର୍ଣ୍ଣାଟକ ସରକାର, ବନ୍ଦ ରହିବ ସ୍କୁଲ କଲେଜ

SM Krishna Death: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହରାଷ୍ଟ୍ର ପୂର୍ବତନ ରାଜ୍ୟପାଳ ଏସ୍ ଏମ କ୍ରିଷ୍ଣାଙ୍କ ଗତକାଲି ମଧ୍ୟରାତ୍ରରେ ପରଲୋକ ହୋଇଛି । ଏସ୍ ଏମ କ୍ରିଷ୍ଣାଙ୍କ ଶେଷ ରୀତିନୀତି 11 ଡିସେମ୍ବର 2024 ଅର୍ଥାତ୍ ବୁଧବାର ସକାଳ ମାଣ୍ଡିଆ ଜିଲ୍ଲାର ନିଜ ଗାଁ ସୋମନାହାଲିରେ କରାଯିବ ନେଇ ସୂଚନା ରହିଛି । ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ 'ଏସଏମ କୃଷ୍ଣଙ୍କ ମୃତଦେହ ମଙ୍ଗଳବାର ଦିନ ବେଙ୍ଗାଲୁରୁସ୍ଥିତ ତାଙ୍କ ସାଦାଶିଭନଗର ବାସଭବନରେ ରଖାଯିବ ଯେଉଁଠି ମାନ୍ୟଗଣ୍ୟ ବ୍ୟକ୍ତି ତଥା ସାଧାରଣ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ।'

SM Krishna Death

ସେହିପରି ପୂର୍ବତନ ମନ୍ତ୍ରୀଙ୍କ ସମ୍ମାନାର୍ଥେ କର୍ଣ୍ଣାଟକରେ ତିନି ଦିନିଆ ରାଜ୍ୟବ୍ୟାପୀ ଶୋକ ଘୋଷଣା କରାଯାଇଥିବାବେଳେ ଡିସେମ୍ବର 11ରେ ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି ତେବେ ବୁଧବାର ଦିନ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ କଲେଜ ବନ୍ଦ ରଖାଯିବାର ନିଷ୍ପତ୍ତି ନିଆଯାଇଛି ।

1962 ମସିହାରେ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ ଯେତେବେଳେ ସେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସ ଦଳର ଜଣେ ପ୍ରମୁଖ ନେତା ହୋଇ କର୍ଣ୍ଣାଟକର ଦଳର ନୀତିକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବେଙ୍ଗାଲୁରୁକୁ ଏକ ଆଇଟି ହବ୍ କରିବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତାଙ୍କ ନେତୃତ୍ୱରେ ରାଜ୍ୟରେ ପୁଞ୍ଜି ବିନିଯୋଗ ଏବଂ ବିକାଶ ନୂତନ ଉଚ୍ଚତାରେ ପହଞ୍ଚିଛି।

2012-2013 ମସିହାରେ ସେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଭାରତର ଆନ୍ତର୍ଜାତୀୟ ଭାବମୂର୍ତ୍ତିକୁ ଦୃଢ କରିବା ପାଇଁ ଅନେକ କାର୍ଯ୍ୟ କରିଥିଲେ। ସେ 2004 ରୁ 2008 ପର୍ଯ୍ୟନ୍ତ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ଏସଏମ କୃଷ୍ଣ 2017 ରେ ରାଜନୀତିରୁ ଅବସର ନେଇଥିଲେ। ଏସଏମ କୃଷ୍ଣ କଂଗ୍ରେସ ପାର୍ଟି ଛାଡି 2017 ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+