ଟନେଲରେ ଫସିଛି ଜୀବନ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ
SLBC Tunnel: ତେଲଙ୍ଗାନା ଶ୍ରୀସାଇଲମ୍ କେନାଲର ଟନେଲର ସୁଡଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଯେଉଁଥିରେ 8 ଜଣ ଲୋକ 45 ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଫସି ରହିଥିବା ନେଇ ସୂଚନା ରହିଛି । NDRF ଏବଂ SDRF ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ହେଲେ ସୁଡଙ୍ଗରେ ପାଣି ଲିକେଜ୍ ଏବଂ ପ୍ରବଳ କାଦୁଅ ଭରି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି ।
ଉଦ୍ଧାର କାର୍ଯ୍ୟକୁ ଆହୁରି ଶୀଘ୍ର ଶେଷ କରିବା ପାଇଁ ଭାରତୀୟ ସେନା ଏବଂ ନୌସେନାକୁ ମଧ୍ୟ ନିୟୋଜିତ କରାଯାଇଛି। ଦୁଇ ବର୍ଷ ପୂର୍ବେ ଉତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିବା ଉଦ୍ଧାରକାରୀ ଟିମ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ତେଲେଙ୍ଗାନା ମନ୍ତ୍ରୀ ଜେ. କୃଷ୍ଣ ରାଓ କହିଛନ୍ତି ଯେ ସୁଡଙ୍ଗରେ ପ୍ରଚୁର ପରିମାଣର କାଦୁଆ ଭରି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ଉଦ୍ଧାରକାରୀ ଦଳ ରବର ଟ୍ୟୁବ୍ ଏବଂ କାଠ ପଟା ସାହାଯ୍ୟରେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଫସି ରହିଥିବା ଲୋକଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇନାହିଁ।












Click it and Unblock the Notifications