ନୂଆଦିଲ୍ଲୀ ଠାରେ ସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌'ର ଶୁଭାରମ୍ଭ

ନୂଆଦିଲ୍ଲୀ / ଭୁବନେଶ୍ୱର : ଭାରତର ଦକ୍ଷତା ବିକାଶ ମଡେଲକୁ ଆଜି ବିଶ୍ୱ ଅନୁକରଣ କରୁଛି ବୋଲି ନୂଆଦିଲ୍ଲୀ ସ୍ଥିତ କୌଶଳ ଭବନରେ ଫସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌' ପ୍ଲାଟଫର୍ମର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି (www.skillindiadigital.gov.in) ପ୍ଲାଟଫର୍ମକୁ ଶୁଭାରମ୍ଭ କରି ଶ୍ରୀ ପ୍ରଧାନ କହିଛନ୍ତି, ନିକଟରେ ସମାପ୍ତ ହୋଇଥିବା ଜି ୨୦ ବୈଠକରେ ୧୦ଟି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଥିଲା, ସେଥିମଧ୍ୟରୁ ବିଶ୍ୱ ସ୍କିଲ ଗ୍ୟାପ ଆନାଲିସିସ ଓ ଭାରତର ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟର୍କଚର ଉପରେ ଗୁରୁତ୍ୱ ଦେଆଯାଇଥିଲା । ଏହି ରାଷ୍ଟ୍ରସମୂହ ଭାରତର ଡିଜିଟାଲ ପଦକ୍ଷେପକୁ ପ୍ରଶଂସା କରିବା ସହ ଭାରତର ମଡେଲ ପ୍ରତି ବିଶ୍ୱ ଅନେକ ଆଶା ରଖିଛି ।

ଭାରତର ୟୁପିଆଇ, ଭିମ ଆପ, ଡିଜି ଲକର, ୱାନ ନେସନ ୱାନ କାର୍ଡ, ରାସନ କାର୍ଡ ପୋର୍ଟାବିଲିଟି, ଡ଼ିବିଟି, ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟକୁ ଲୋକମାନେ ଭଲରେ ବୁଝିପାରିଛନ୍ତି । ଭାରତର ସ୍କିଲ ଇଣ୍ଡିଆ ଏକ ବ୍ରାଣ୍ଡ ହେବା ସହ ଜନଆନ୍ଦୋଳନ ହୋଇପାରିଛି ଓ ଶିଳ୍ପ ବିପ୍ଳବ ୪.୦ରେ ବିଶ୍ୱ ଭାରତର ଡିଜିଟାଲ ସ୍ପେସକୁ ଆଦୃତ କରିଛି । ଭାରତ ଡିଜିଟାଲ ଇନଫ୍ରାଷ୍ଟର୍କଚର ବିଶେଷ ଭାବରେ କମ ମୂଲ୍ୟରେ ପବ୍ଲିକ ଇନଫ୍ରାଷ୍ଟ୍ରକଚର ତିଆରି କରିବାରେ କିର୍ତ୍ତୀ ସ୍ଥାପନ କରିଛି ।

skill_india

ବିଭିନ୍ନ ମନ୍ତ୍ରାଳୟ, ରାଜ୍ୟ, ଶିଳ୍ପ ସମୂହକୁ ଦକ୍ଷ ମାନବ ସମ୍ବଳ ଆବଶ୍ୟକ ରହିଅଛି ଓ ଭାରତକୁ କେବଳ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଭାବରେ ଗଢିବା ଆମର ଲକ୍ଷ୍ୟ ରହିବ ସହ ବିଶ୍ୱର ବିକାଶ ବିଶ୍ୱରେ ମୁଦ୍ରାସ୍ଫୀତି ପ୍ରବନ୍ଧନ ପାଇଁ ଯଦି ସମାଜରେ ଦକ୍ଷ ମାନବ ସମ୍ବଳ ରହିବେ ତେବେ ଉତ୍ପାଦନ ବୃଦ୍ଧିପାଇବ । ଏହାକୁ ସମସ୍ତେ ବୁଝିପାରିଥିଲେ କିନ୍ତୁ ଭିନ୍ନ ଭିନ୍ନ ଶୈଳୀରେ କାର୍ଯ୍ୟ କରୁଥିଲେ । ଆଜି ଲୋକାର୍ପିତ ହୋଇଥିବା ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲରେ ସବୁକିଛି ଡିଜିଟାଲ ପ୍ଲାଟଫର୍ମର ଏକତ୍ରିତ ହୋଇଛି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍କିଲ ଫର ଅଲ, ସ୍କିଲ ଏନିଟାଇମ, ସ୍କିଲ ଏନିହୋୟାର ବ୍ୟବସ୍ଥା ରହିଥବାରୁ କୌଣସି ବ୍ୟକ୍ତି ଯେକୌଣସି ସମୟରେ ନିଜକୁ କିଛି କ୍ଷେତ୍ରରେ କୌଶଳରେ ଦକ୍ଷ ହେଇ ପାରିବ, ଯାହା ଏକ ନୂଆ ବେଞ୍ଚମାର୍କ ସ୍ଥାପିତ କରିପାରିବ।

ଦେଶର ଯେ କୌଣସି ସ୍ଥାନରେ ରହୁଥିବା ବ୍ୟକ୍ତି ହେଉ କିମ୍ବା ଓଡିଶା, ଆନ୍ଧ୍ରପ୍ରଦେଶ ଛତିଶଗଡ ସୀମାରେ କୁଓ୍ୱି ଭାଷା କହୁଥିବା ଜନଜାତି ଲୋକମାନେ ଯଦି ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ନିଜ ଭାଷାରେ ସେମାନେ ନିଜ ଦକ୍ଷତା ହାସଲ କରିବେ ତେବେ ଯାଇ ଏହି ବ୍ୟବସ୍ଥା ସଫଳ ହେବ ଓ ଏଆଇ ଆମକୁ ଉଦ୍ଭାବନରେ ସହାୟକ ହେବା ସହିତ ସୂଚନା ପ୍ରଦାନ କରିବ । କିନ୍ତୁ ହ୍ୟୁମାନ ଇଣ୍ଟେଲିଜେନ୍ସ ସବୁଠୁ ଅଗ୍ରଣୀ ରହିବ ଓ ଜାତୀୟ ଶିକ୍ଷାନୀତିରେ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହିତ ସର୍ବବ୍ୟାପୀ, ସ୍ରବସ୍ପର୍ଶୀ ଏବଂ ସୁଲଭ ମୂଲ୍ୟରେ ପ୍ରଦାନ କରିବା ଲକ୍ଷ୍ୟ ରହିଛି ଯାହାକି ଡିଜିଟାଲ ଶିକ୍ଷା ମାଧ୍ୟମରେ ସମ୍ଭବ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ମାଇକ୍ରୋସଫ୍ଟ , ଏଡବ୍ଲୁଏସ, ରେଡହେଟ୍, ୱାଧୱାନି ଫାଉଣ୍ଡେସନ, ୟୁନିସେଫ୍,ଏସଏପି, ସିବିଏସଇ, ଏନ୍ଆଇଇଏଲ୍ଆଇଟି ଦକ୍ଷତା ବିକାଶ ମନ୍ତ୍ରଣାଳୟ ଅଧୀନ ଜାତୀୟ କୌଶଳ ବିକାଶ ନିଗମ (ଏନଏସଡ଼ିସି) ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+