କୋଠାରେ ଭୟଙ୍କର ଅଗ୍ନିକାଣ୍ଡ: ୪ ଜୀବନ୍ତ ଦଗ୍ଧ
ଦୀପାବଳି ରାତିରେ ମୁମ୍ବାଇ ୱଶୀରେ ଥିବା ରହେଜା କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ନିଆଁ ବିଲିଡିଂର ୧୦ମ ମହଲାରେ ଲାଗିଥିଲା । ଘଟଣା ବିଷୟରେ ଖବର ପାଇଁ ନଭି ମୁମ୍ବାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ୫ଟି ଗାଡ଼ି ପଠାଇଛି । ୫ ଘଣ୍ଟା ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି । ସକାଳ ୬ଟାରେ ନିଆଁକୁ ଆୟତ୍ତ କରାଯାଇଛି ।
ଖବର ମୁତାବକ, ମୁମ୍ବାଇ ୱଶୀରେ ଥିବା ରହେଜା କମ୍ପ୍ଲେକ୍ସରେ ଦୀପାବଳି ରାତି ୧୨.୩୦ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ୧୦ମ ମହଲାରେ ନିଆଁ ଲାଗିବା ଯୋଗୁଁ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୫ରୁ ୭ ବର୍ଷର ପିଲା ଏବଂ ୮୭ ବର୍ଷୀୟ ମହିଳା ସାମିଲ ରହିଛନ୍ତି । ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ରାତିରେ ନିଆଁ ଲାଗିବାର କିଛି ସମୟ ମଧ୍ୟର ନିଆଁ ଭୟଙ୍କର ରୂପ ନେଇଥିଲା । ୧୦ମ ମହଲାରେ ଲାଗି ୧୧ ଏବଂ ୧୨ ମହଲାକୁ ବ୍ୟାପି ଯାଇଥିଲା । ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳକୁ ୫ଟି ଦମକଳ ଗାଡି ପଠାଇଥିଲା । ୫ ଘଣ୍ଟା ଚେଷ୍ଟା କରିବା ଫଳରେ ସକାଳ ୬ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା । ନିଆଁ ଦ୍ରୁତଗତିରେ ବ୍ୟାପିବାରୁ ବର୍ତ୍ତିବା ପାଇଁ ସୁଯୋଗ ପାଇନଥିଲେ ।












Click it and Unblock the Notifications