Get Updates
Get notified of breaking news, exclusive insights, and must-see stories!

ବିବାହ ସମାରୋହରେ ଯୋଗଦେବା ହେଲା କାଳ, ବାଟରେ ଚାଲିଗଲା ୬ ଜୀବନ

ନାଗପୁର:ମହାରାଷ୍ଟ୍ରର ନାଗପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଶନିବାର ନାଗପୁର ସହରର କିଛି ଦୂରରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ରକ୍‌- । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ପୋଲିସ ସ୍ପଶ୍ଟ କରିଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ କାଟୋଲ-କଲମେଶ୍ୱର ରାସ୍ତାରେ ଥିବା ସୋନଖମ୍ବ ଗ୍ରାମ ନିକଟରେ ରାତି ପ୍ରାୟ ୧୨.୧୫ ରୁ ୨ ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା ସେ ଆହୁରି କହିଛନ୍ତି, 'ବିବାହ ସମାରୋହରେ ଯୋଗଦେଇ ଫେରିଥୁଲେ ୭ଜଣ ବ୍ୟକ୍ତି ଏକ କାରରେ ଫେରୁଥିଲେ । ଆଉ ଫେରିବା ସମୟରେ ତାଙ୍କ କାର ସହ ଯେତେବେଳେ ସୋୟାବିନ ବୋଝେଇ ଟ୍ରକ ସହିତ ଧକ୍କା ହୋଇଥିଲା ।

ଆଉ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିଛି ସ୍ଥାନୀୟ ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ । ଅଧିକାରୀ ଜଣକ କହିଛନ୍ତି, 'ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି ।

nagpur accident

ଅନ୍ୟ ତିନିଜଣଙ୍କୁ ନାଗପୁରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର ହେଉଥିବା ସମୟରେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସଂଙ୍କଟପନ୍ନ ରହିଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଥିବା ପୋଲି ସୂଚନା ଦେଇଛି ।

ଜାନୁଆରୀ ୨୦୨୩ ରୁ ଜୁନ୍ ୨୦୨୩ ପର୍ଯ୍ୟନ୍ତ, ମହାରାଷ୍ଟ୍ରର ମୁମ୍ବାଇରେ ସଡକ ଦୁର୍ଘଟଣାରେ ୧୪୭ ଜଣଙ୍କର ମୃତ୍ୟୁ ଘଟିଛି ।
ନାଗପୁରେର ଚାଲିଥିବା ରାଜ୍ୟ ବିଧାନସଭା ଅଧେôବଶନ ସମୟେର ସିଏମ୍ ଏକନାଥ ସେିନ୍ଦ ଗୃହେର ଏକ ଲିଖିତ ଉତ୍ତରେର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜାନୁଆରୀ ୨୦୨୩ ରୁ ଜୁନ୍ ୨୦୨୩ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୧୩୨ ଟି ସଡକ ଦୁର୍ଘଟଣା ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+