ଦିଲ୍ଲୀରେ ୬ ଓଡ଼ିଆ ପ୍ରବାସୀଙ୍କ ଜୀବନ ନେଲା କରୋନା
ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୬ ଜଣ ଓଡ଼ିଆ ପ୍ରବାସୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ କୋଭିଡ ପଜିଟିଭ ଥିଲେ ଏବଂ ସେମାନଙ୍କର କୋଭିଡ ଜନିତ ମୃତ୍ୟୁ ହୋଇଛି ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ରହିଛି ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୬ ଜଣ ଓଡ଼ିଆ ପ୍ରବାସୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ କୋଭିଡ ପଜିଟିଭ ଥିଲେ ଏବଂ ସେମାନଙ୍କର କୋଭିଡ ଜନିତ ମୃତ୍ୟୁ ହୋଇଛି ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ରହିଛି ।

ତେବେ ସେମାନଙ୍କ ମଧ୍ୟରେ ରହିଛନ୍ତି ଦିଲ୍ଲୀ ଜଗନ୍ନାଥ ଛାପାଖାନା ମାଲିକ ପ୍ରେମାନନ୍ଦ ସ୍ୱାଇଁ, ଭାରତ ସରକାରଙ୍କ ଅବସରପ୍ରାପ୍ତ ଅତିରିକ୍ତ ସଚିବ ଡ.ବିରଞ୍ଚି ନାରାୟଣ ନନ୍ଦ ଓ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ମନୋଜ ଦାସ ।
ସେହିପରି କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଅବସରପ୍ରାପ୍ତ ଅତିରିକ୍ତ ସଚିବ ଡାକ୍ତର ନନ୍ଦଙ୍କର ଦିଲ୍ଲୀ ସେନା ଡାକ୍ତରଖାନାରେ ରବିବାର ସକାଳୁ ମୃତ୍ୟୁ ହୋଇଥିଲା। ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ମନୋଜ ଦାସଙ୍କ ଗ୍ରେଟର ନୋଇଡା ସାରଦା ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ମହିଷାମୁଣ୍ଡା ଗାଁର ମୂଳବାସିନ୍ଦା ପ୍ରେମାନନ୍ଦ ସ୍ୱାଇଁଙ୍କର ରବିବାର ଦିନ ଜନକପୁରୀ ସ୍ଥିତ ଆର୍ଯ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା।
ସେହିପରି ଗୁରୁଃଗ୍ରାମ ସୋହନା ରୋଡରେ ରହୁଥିବା କେନ୍ଦ୍ରାପଡା ଆଳି ବ୍ଲକ ସୁନ୍ଦରପୁର ଗାଁର ମନୋଜ କୁମାର ସାହୁ ଓ ଫରିଦାବାଦ ସେକ୍ଟର-୫୮ରେ ରହୁଥିବା ଯାଜପୁର ଜିଲ୍ଲା ବରୀ ବ୍ଲକ କାଇପଡା ଗାଁର ସତ୍ୟ ନାରାୟଣ ସାହୁ ଓ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଉଦୟପୁର ଗାଁର ୨୭ ବର୍ଷୀୟ ସଚ୍ଚିଦାନନ୍ଦ ଷଡ଼ଙ୍ଗୀଙ୍କର ଗୁରୁଃଗ୍ରାମ ସ୍ଥିତ ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି।












Click it and Unblock the Notifications