ମଣିପୁରରେ ଗିରଫ ହେଲେ ୬ ଉଗ୍ରବାଦୀ
ମଣିପୁରରେ ସୁରକ୍ଷା ବଳ ତଲାସି ଅଭିଯାନ ସମୟରେ ଗତକାଲି ଉଗ୍ରବାଦୀ ସଂଗଠନଗୁଡ଼ିକର ୬ ଜଣ ସଦସ୍ୟଙ୍କୁ ଗିରଫ କରିଛନ୍ତି । ମଣପୁର ପୋଲିସ୍ର ସୂଚନା ଅନୁଯାୟୀ, PLA ଉଗ୍ରବାଦୀ ସଂଗଠନର ୨ ଜଣ ଏବଂ KCP-MEL ଏବଂ UNLF-K ଗୋଷ୍ଠୀର ଜଣେ ଲେଖାଏଁ ଇଷ୍ଟ୍ରବାଦୀଙ୍କୁ ଗିରଫ କରାଯାଇଛି । ଭାରତ-ମିଆଁପାର ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ମଣିପୁରର ତେଙ୍ଗପାଲ ଜିଲ୍ଲାରେ ସେମାନଙ୍କୁ ଗିରଫ କରାଯାଇଛି । ଅନ୍ୟ ଏକ ତଲାସି ଅଭିଯାନ ସମୟରେ KCP ଗୋଷ୍ଠୀର ୨ ଜଣ ସକ୍ରିୟ ସଦସ୍ୟଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସେମାନଙ୍କୁ ଇମ୍ଫାଲ୍ ପଶ୍ଚିମ ଜିଲ୍ଲା ଲିଜନ୍ ଚାକିଙ୍ଗ ମାମାଙ୍କ ଲେଇକାର ଅଞ୍ଚଳରୁ ଗିରଫ କରାଯାଇଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ସୁରକ୍ଷାବଳ ଏହି ତଲାସି ଅଭିଯାନ କାଳରେ ପ୍ରବଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ଗୋଟିଏ SLR, ଗୋଟିଏ ୩୦୩ ରାଇଫଲ୍, ୩ଟି ସିଙ୍ଗଲ୍ ବ୍ୟାରେଲ୍ ରାଇଫଲ୍, ଗୋଟିଏ ରିଭର୍ବଲ୍, ଗୋଟିଏ ୨୨ ମିମି ପିସ୍ତଲ, ୨ଟି IED ଓ ୨ଟି ୱେୟାରଲେସ୍ ସେଟ୍ ଜବତ କରାଯାଇଛି । ଅନ୍ୟପକ୍ଷରେ ଇମ୍ଫାଲ ପୂର୍ବ ଜିଲ୍ଲାରୁ ସୁରକ୍ଷାବଳ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୦ କିଲୋଗ୍ରାମ ମାଦକ ଦ୍ରବ୍ୟ ଜବତ କରାଯାଇଛି ।












Click it and Unblock the Notifications