Get Updates
Get notified of breaking news, exclusive insights, and must-see stories!

ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ! ୬ ମାଓବାଦୀ ନିହତ

ଛତିଶଗଡର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ଅନୁସାରେ ଜଙ୍ଗଲରେ କିଛି ନକ୍ସଲ ଏକାଠି ହୋଇଥିବା ନେଇ ସୂଚନା ମିଳିଥିଲା । ଶୁକ୍ରବାର ସକାଳେ ସୁରକ୍ଷା ବାହିନୀକୁ ସେଠାକୁ ପଠାଯାଇଥିଲା ।

Chhattisgarh s Narayanpur

ଯବାନମାନେ ଜଙ୍ଗଲରେ ତଲାସୀ କରିବା ବେଳେ ଅପରାହ୍ନରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ । ଯବାନଙ୍କୁ ଦେଖି ନକ୍ସଲ ଗୁଳିମାଡ଼ କରିବାରୁ ଯବାନମାନେ ପାଲଟା ଗୁଳି ଚଳାଇଥିଲେ । ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଯବାନମାନେ ସେଠାରେ ତଲାସୀ କରିବା ବେଳେ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲେ । ଏଥିସହ ସେଠାରୁ ଏକେ-୪୭ ରାଇଫଲ, ଏସ୍‌ଏଲ୍‌ଆର, ଅନ୍ୟ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛନ୍ତି । ଏବେ ବି ଗୁଳି ବିନିମୟ ଜାରି ରହିଥିବା ଆଇଜି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+