ତେଲଙ୍ଗାନାରେ ବଡ ଧରଣର ଏନକାଉଣ୍ଟର,୬ ନକ୍ସଲ ସଫା

ହାଇଦ୍ରାବାଦ : ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୬ ମାଓବାଦୀ ନିହତ ହୋଇଛନ୍ତି। କୋଥଗୁଡେମ ଜିଲା ନୀଳାଦ୍ରିପେଟ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଏନ୍‌କାଉଣ୍ଟର କରିଥିଲେ। ତେବେ ଏହି ଏନକାଉଣ୍ଟରରେ ଟଳିଛନ୍ତି ୬ ନକ୍ସଲ । ସେହିପରି ମାଓବାଦୀଙ୍କ ପାଲଟା ଗୁଳିରେ ଗୁରୁତର ହୋଇଛନ୍ତି ୨ ସୁରକ୍ଷାକର୍ମୀ । ଜଙ୍ଗଲରେ ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଥାଉକି, ମାଓବାଦୀ ସଂଗଠନର ଲଛନାଙ୍କ ନେତୃତ୍ୱରେ କ୍ୟାମ୍ପ କରି ଜଙ୍ଗଲରେ ମାଓବାଦୀ ଥିବା ଖବର ସୁରକ୍ଷାବାହିନୀ ପାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ନକ୍ସଲ ବିରୋଧୀ ଅପରେସନ୍। ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ ନକ୍ସଲ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିପାତ ହୋଇଥିବାବେଳେ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ ।

Six Maoists Killed In Encounter

ଉଲ୍ଲେଖଯୋଗ୍ୟ ଯେ, ଗତ ବୁଧବାର ଦିନ ଛତିଶଗଡ ଦନ୍ତେଓ୍ହାଡା ଜିଲ୍ଲାରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ 9ଜଣ ନକ୍ସଲ ଟଳିପଡିଥିବା କୁହାଯାଇଛି । କିନ୍ତୁ ସୌଭାଗ୍ୟବଶତଃ ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ରହିଥିଲେ । ଅନେକ ସମୟରେ ଛଡିଶଗଡରେ ଏନକାଉଣ୍ଟର ହେଉଥିବା ନେଇ ଖବର ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ତେଲେଙ୍ଗାନାରେ ଏନକାଉଣ୍ଟର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+