ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ , ୫ ଆହତ
ରାଜସ୍ଥାନର ଶିରୋହୀ ଜିଲ୍ଲାର ଆବୁରୋଡ ସଦର ଥାନା ଅଞ୍ଚଳର ୨୭ ନମ୍ବର ଜାତୀୟ ରାଜପଥ କିଭାର୍ଲି ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁଯାୟୀ, ଅହମ୍ମଦାବାଦରୁ ଜାଲୋର ଅଭିମୁଖେ ଯାଉଥିବା ଏକ କାର୍ ରାତି ପ୍ରାୟ ୩ଟା ସମୟରେ ଏକ ଟ୍ରେଲର ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ୩ ଜଣ ଗୁରୁତର ଆହତଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।
ମୃତକମାନେ ଜାଲୋର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି । ସେହିଭଳି ପଞ୍ଜାବର ବଟ୍ଲାଠାରେ ବିଳମ୍ବିତ ରାତିରେ ୨ଟି କାର୍ ଓ ଟ୍ରାକ୍ଟର ଟ୍ରଲି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଟ୍ରାକ୍ଟର ଡ୍ରାଇଭର ଓ ଦୁଇଜଣ ଯାତ୍ରୀ ଅଛନ୍ତି ।












Click it and Unblock the Notifications