ଗଦି କାରଖାନାରେ ଲାଗିଲା ଭୟଙ୍କର ଅଗ୍ନିକାଣ୍ଡ, ୬ କର୍ମଚାରୀ ହୋଇଗଲେ ଜୀବନ୍ତଦଗ୍ଧ
କାନପୁର:କାନପୁରରେ ଏକ ଫୋମ୍ ଗଦି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କାନପୁର ଦେହାତର ରାନିୟାରେ ଥିବା ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ନାଇଟ୍ ସିଫ୍ଟ ସମୟରେ କାରଖାନାରେ ପ୍ରାୟ ୧୫ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ମେସିନରୁ ନିଆଁର ଝୁଲ ଆସିବା ପରେ ହଠାତ୍ ନିଆଁ ଲାଗିଯାଇଥିଲା।
ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାନପୁରରେ ଚିକିତ୍ସା ସମୟରେ ଏବଂ ଦୁଇ ଜଣ ଲକ୍ଷ୍ମୌରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଛନ୍ତି। ତିନୋଟି ମୃତଦେହ ଏତେ ଜଳି ଯାଇଥିଲା ଯେ ସେମାନଙ୍କୁ ଚିହ୍ନଟ କରାଯାଇ ପାରି ନଥିଲା। ସେମାନଙ୍କୁ କେବଳ DNA ପରୀକ୍ଷା ମାଧ୍ୟମରେ ଚିହ୍ନଟ କରାଯାଇପାରିବ । ଏହି ଘଟଣା ସମ୍ପର୍କରେ କାନପୁର ଦେହାତର ଏସ୍ପି ବିବିଜିଟିଏସ୍ ମୂର୍ତ୍ତି କହିଛନ୍ତି,

ଫ୍ୟାକ୍ଟ୍ରିର ୩ ଜଣ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇଛି । ପୀଡ଼ିତଙ୍କ ପରିବାର ପକ୍ଷରୁ ଏ ନେଇ ଅଭିଯୋଗ କରା ନ ଯିବାରୁ ଅଗ୍ନିଶମ ବିଭାଗର ଏତଲା ଆଧାରରେ ମାମଲା ରୁଜୁ କରାଯାଇଛି ।












Click it and Unblock the Notifications