ମହାକୁମ୍ଭ ମେଳାର ଏହି ଅଞ୍ଚଳରେ ଫାଟିଲା ହଟ୍ ଏୟାର ବେଲୁନ୍, ୬ ଆହତ
ମହାକୁମ୍ଭରେ ପୁଣି ଏକ ବଡ଼ ଅଘଟଣ ଘଟିଛି । ଦଳାଚକଟା ଘଟଣା ମନରୁ ଲିଭି ନଥିବା ବେଳେ ସୋମବାର ଦିନ ଏକ ହିଲିୟମ ଗ୍ୟାସ ଭର୍ତ୍ତି ହଟ୍ ଏୟାର ବେଲୁନ ଫାଟିବା କାରଣରୁ ଏଥିରେ ବସିଥିବା ୬ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁଚନାନୁସାରେ, ଏହି ଦୁର୍ଘଟଣା ମହାକୁମ୍ଭ ମେଳାର ସେକ୍ଟର ୨୦ର ଅଖାଡା ମାର୍ଗ ନିକଟରେ ହୋଇଛି । ସୋମବାର ଦିନ ବସନ୍ତ ପଞ୍ଚମୀ ଅବସରରେ ଶାହି ସ୍ନାନ ସମୟରେ ହିଲିୟମ ଭର୍ତ୍ତି ହଟ୍ ଏୟାର ବେଲୁନ ଫାଟିଥିଲା । ହଟ୍ ଏୟାର ବେଲୁନ ଉଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏହାର ବାସ୍କେଟରେ ବସିଥିବା ସମସ୍ତ ୬ ଜଣ ଲୋକ ପୋଡି ହୋଇଯାଇଥିଲେ ।
ଆହତ ହୋଇଥିବା ସମସ୍ତ ଲୋକଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଜରିଆରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ମଧ୍ୟରେ ଜଣକ ଅବସ୍ଥା ଗୁରୁତର ରହିଛି । ଏଥିରେ ଥିବା ସମସ୍ତ ଲୋକଙ୍କ ପରିଚୟ ମିଳିଛି । ଯଦି ହଟ୍ ଏୟାର ବେଲୁନ ଅଧିକ ଉଚ୍ଚରେ ଫାଟିଥାନ୍ତା, ତେବେ ଆଉ ଏକ ବଡ଼ ଅଘଟଣ ହୋଇଥାନ୍ତା ।

ସୂଚନାଯୋଗ୍ୟ ଯେ, ମୌନି ଅମାବାସ୍ୟା ଅମୃତ ସ୍ନାନ ପୂର୍ବରୁ ମହାକୁମ୍ଭରେ ଦଳାଚକଟା ହୋଇଥିଲା । ସଙ୍ଗମ ସ୍ଥଳରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା । ମୌନୀ ଅମାବାସ୍ୟା ଥିବାରୁ ଅମୃତ ସ୍ନାନ ରହିଥିଲା । ଏଥିପାଇଁ ସଙ୍ଗମରେ ଶ୍ରଦ୍ଧାଳୁଙ୍କ ଭିଡ଼ ସେଦିନ ବିଳମ୍ବିତ ରାତିରୁ ବଢ଼ିଥିଲା । ଆଉ ବିଳମ୍ବିତ ରାତି ପ୍ରାୟ ୧ଟାରେ ଦଳାଚକଟା ପରେ ଅମୃତ ସ୍ନାନକୁ ବାତିଲ୍ କରି ଦିଆଯାଇଥିଲା । ଆଉ ତୁରନ୍ତ ୫୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦଳଚକଟା ପରେ ଅମୃତସ୍ନାନ ରଦ୍ଦ କରଥିଲା ଆଖଡ଼ା ସଂଘ ।












Click it and Unblock the Notifications