ସ୍କଟିସ୍ ବ୍ଲଗରଙ୍କ ଭିଡିଓରୁ ହେଲା ଖୁଲସା: ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନରେ ସୁରକ୍ଷା ଦେଉଥିଲେ ବନ୍ଧୁକଧାରୀ
ପାକିସ୍ତାନ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଭାରତୀୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ଆଜି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସ୍କଟ୍ଲ୍ୟାଣ୍ଡ୍ର ଜଣେ ୟୁଟ୍ୟୁବରଙ୍କ ଭିଡିଓରୁ ଏହି ଖୁଲାସା ହୋଇଛି । ପାକିସ୍ତାନରେ ବ୍ଲଗ୍ ତିଆରି କରିବା ବେଳେ ଜ୍ୟୋତିଙ୍କ ସହ ସୁରକ୍ଷା ପାଇଁ ତାଙ୍କ ସାଥିରେ ରହିଥିଲେ କେତେକ ଗନ୍ମ୍ୟାନ୍ । ଯେଉଁମାନେ AK - 47 ବନ୍ଧୁକ ଧରିଥିବା ନଜର ଆସିଥିଲେ । ଏହି ଚିତ୍ର ସାମ୍ନାକୁ ଆସିବା ଜ୍ୟୋତିଙ୍କ ସମସ୍ୟା ଆହୁରି ବଢ଼ିଛି । ଏବେ ପାକିସ୍ତାନକୁ ଜ୍ୟୋତି କେଉଁ ସବୁ ତଥ୍ୟ ଦେଇଛନ୍ତି ? ତାଙ୍କ ସହ ଆଉ କେଉଁମାନେ ସାମିଲ ରହିଛନ୍ତି, ତାହାକୁ ନେଇ ଛାନଭିନ ଚଳାଇଛି ତଦନ୍ତକାରୀ ସଂସ୍ଥା ।
ଜଣେ ସ୍କଟିସ୍ ୟୁଟ୍ୟୁବର୍ ପାକିସ୍ତାନରେ ଜ୍ୟୋତି ମାଲହୋତ୍ରାଙ୍କୁ ଭେଟିଥିଲେ । ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନ ଲାହୋରର ଅନାରକଲି ବଜାରରେ ବୁଲୁଥିଲେ । ଏହି ସମୟରେ ତାଙ୍କୁ ଅତି କମ୍ରେ ଛଅ ଜଣ ବ୍ୟକ୍ତି AK-47 ରାଇଫଲ୍ ଧରି ସୁରକ୍ଷା ଦେଇଥିଲେ । ଏହି ଦୃଶ୍ୟ ଦେଖି ସ୍କଟିସ୍ ୟୁଟ୍ୟୁବର ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହା ପରେ ଏହାକୁ ସେ ନିଜ ମୋବାଇଲରେ ରେକର୍ଡ କରିଥିଲେ ।
ଏହି ୟୁଟ୍ୟୁବରଙ୍କ ନାଁ କଲମ୍ ମିଲ୍ । ତାଙ୍କୟୁଟ୍ୟୁବ୍ ଚ୍ୟାନେଲ୍ କଲମ୍ ଆବ୍ରୋଡ୍ ଭାବେ ପରିଚିତ । ସେ ମାର୍ଚ୍ଚ ମାସରେ ପାକିସ୍ତାନ ଗସ୍ତ କରିଥିଲେ । ଲାହୋରର ଅନାରକଲି ବଜାର ଗସ୍ତ ସମୟରେ ସେ ସୁଟ୍ କରିଥିବା ଭିଡିଓରେ କିଛି ଲୋକ ବନ୍ଧୁକ ଧରି ଏବଂ "ନୋ ଫିୟର" ଲେଖାଥିବା ଜ୍ୟାକେଟ୍ ପିନ୍ଧିଥିବା ଦେଖାଯାଇଛି । ଜ୍ୟୋତି ଆଗକୁ ବଢ଼ିବା ମାତ୍ରେ, ବନ୍ଧୁକଧାରୀ ଲୋକମାନେ ତାଙ୍କ ସହିତ ଚାଲୁଥିବାର ସେ ଦେଖିଥିଲେ ।

ଏଠି ପ୍ରଶ୍ନ ଉଠୁଛି ଜ୍ୟୋତିଙ୍କୁ କାହିଁକି AK-47 ଧରି କିଛି ଲୋକ ଘେରି ରହିଛନ୍ତି ? ସେହି ୬ ଜଣ ବ୍ୟକ୍ତି କିଏ ? ପୋଲିସର କହିବାନୁଯାୟୀ, ସେ ଭାରତ ଫେରିବା ପରେ ମଧ୍ୟ ସେମାନଙ୍କ ସହ ଯୋଗାଯୋଗରେ ରହିଥିବା କହିଛନ୍ତି । ସେ ପାକିସ୍ତାନୀ ଅଧିକାରୀମାନଙ୍କୁ କେଉଁ ସୂଚନା ଲିକ୍ କରିଥିଲେ ତାହା ପୋଲିସ ତଦନ୍ତ କରୁଥିବାରୁ ତାଙ୍କ ଡିଜିଟାଲ୍ ଡିଭାଇସଗୁଡ଼ିକୁ ଏବେ ସ୍କାନ କରାଯାଉଛି ।












Click it and Unblock the Notifications