ଉତ୍ତର ପ୍ରଦେଶରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ, ୩ ଗୁରୁତର
ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡିଭାଇଡର ପାର ହେଉଥିବା ଟ୍ରକଟି ଏକ କାର ସହିତ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଷ୍ଟମର୍ଟମ ପରେ ମୃତଦେହ ଗୁଡ଼ିକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ ସୋନଭଦ୍ରର ହାତୀ ନାଲା ଥାନା ଅଞ୍ଚଳର ରାନିତାଲି ନିକଟରେ ଏହି ଘଟଣା ଘଟିଛି । ଛତିଶଗଡ଼ରୁ ଆସୁଥିବା ଟ୍ରକ ଏବଂ କାର ମଧ୍ୟରେ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୩ ଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣିବାକୁ ମିଳିଥିଲା ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଟ୍ରକଟି ହଠାତ୍ ଲେନ୍ ପରିବର୍ତ୍ତନ କରି ଡିଭାଇଡର୍ ପାର ହେଉଥିବା ସମୟରେ ସାମ୍ନାରୁ ଆସୁଥିବା କାର ସହିତ ଧକ୍କା ହୋଇଥିଲା । ତେବେ ଏମାନେ ସମସ୍ତେ ମହାକୁମ୍ଭକୁ ସ୍ନାନ ପାଇଁ ଯାଇଥିଲେ ବୋଲି କୁହାଯାଉଛି । ସମସ୍ତ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି । ସ୍ଥାନୀୟ ପ୍ରଶାସନ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆଶ୍ବାସନା ଦେଇଛି । କାରରେ ଥିବା ଲୋକଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଛି । ପୋଲିସ ଘଟଣାର ଯାଞ୍ଚ କରି ଦୁର୍ଘଟଣାର କାରଣ ଜାଣିବାକୁ ଚେଷ୍ଟା କରୁଛି ।












Click it and Unblock the Notifications