ଆଲୋଚନା ପରେ ଭାରତ-ଥାଇଲାଣ୍ଡ ମଧ୍ୟରେ ୬ଟି ବୁଝାମଣା ସ୍ୱାକ୍ଷରିତ
ସୂଚନା ପ୍ରଯୁକ୍ତି, ସାମୁଦ୍ରିକ, ଏମଏସଏମଇ, ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ୬ଟି ବୁଝାମଣା ସ୍ୱାକ୍ଷରିତ ହୋଇଛି। ଗୁରୁବାର ଅପରାହ୍ନରେ ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି । ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର କ୍ଷେତ୍ରର ଅଗ୍ରଗତିର ସମୀକ୍ଷା କରିବା ସହ ଭାରତ-ଥାଇଲାଣ୍ଡ ଦ୍ୱିପାକ୍ଷିକ ଭାଗିଦାରୀକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ଆଞ୍ଚଳିକ ଏବଂ ବହୁପାକ୍ଷିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ।

ଦ୍ୱିପାକ୍ଷିକ ଆଲୋଚନା ପରେ ମିଳିତ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଥାଇଲାଣ୍ଡ ସମ୍ପର୍କକୁ ରଣନୈତିକ ଭାଗିଦାରୀରେ ପରିଣତ କରିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଭାରତର 'ଆକ୍ଟ ଇଷ୍ଟ' ନୀତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣରେ ଥାଇଲାଣ୍ଡର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଉଭୟ ଦେଶର ସୁରକ୍ଷା ଏଜେନ୍ସି ମଧ୍ୟରେ 'ରଣନୈତିକ ଆଲୋଚନା' ସ୍ଥାପନ ନେଇ ଆଲୋଚନା ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ଆଲୋଚନା ସମୟରେ ଉଭୟ ପକ୍ଷ ଉତ୍ତର-ପୂର୍ବ ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ପର୍ଯ୍ୟଟନ, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଉଭୟ ନେତା ପାରସ୍ପରିକ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ବିନିମୟ ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରିଥିଲେ। ଏମ୍ଏସ୍ଏମ୍ଇ, ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ଚୁକ୍ତି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି।












Click it and Unblock the Notifications