For Quick Alerts
Turn On Notification  
For Daily Alerts
Oneindia App Download

ପଶ୍ଚିମବଙ୍ଗ ନିର୍ବାଚନରେ କାହାକୁ ସମର୍ଥନ କରିବ ଶିବସେନା, ଖୁଲାସା କଲେ ସଞ୍ଜୟ ରାଉତ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶିବସେନା କେଉଁ ଦଳକୁ ସମର୍ଥନ କରିବ ସେ ନେଇ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି ।

|

ମୁମ୍ବାଇ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ଟିଏମସି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ପୁଣି ଥରେ ଦାବି କରିଛନ୍ତି ପଶ୍ଚିମବଙ୍ଗରେ ବିଜେପି ଦୁଇ ଅଙ୍କ ଛୁଇଁ ପାରିବ ନାହିଁ । ଅପରପକ୍ଷରେ ବଙ୍ଗଳାରେ 200 ରୁ ଅଧିକ ସିଟ୍ ହାସଲ କରି ରାଜ୍ୟରେ ସରକାର ଗଠନ କରିବ ବୋଲି ବିଜେପି ନେତାମାନେ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି । ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶିବସେନା କେଉଁ ଦଳକୁ ସମର୍ଥନ କରିବ ସେ ନେଇ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି ।

Sanjay-Raut

କଂଗ୍ରେସ ଏବଂ ଏନସିପି ସହିତ ମହାରାଷ୍ଟ୍ରରେ ସରକାର ଚଳାଉଥିବା ଶିବସେନା ନେତା ସାଂସଦ ସଞ୍ଜୟ ରାଉତ ଗୁରୁବାର ଦିନ ଏକ ବିବୃତ୍ତି ଜାରି କରି କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶିବସେନା ​​ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ । ଏଥିସହିତ ଦଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିବ । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ 294 ଟି ବିଧାନସଭା ଆସନ ପାଇଁ 8 ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ନିର୍ବାଚନର ଫଳାଫଳ 2 ମଇରେ ଘୋଷଣା କରାଯିବ ।

ବଙ୍ଗଳାର ପ୍ରକୃତ ସିଂହୀ ମମତା - ସଞ୍ଜୟ ରାଉତ

ସଞ୍ଜୟ ରାଉତ ତାଙ୍କ ବୟାନରେ କହିଛନ୍ତି, 'ଶିବସେନା ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ଜାଣିବାକୁ ଅନେକ ଲୋକ ଆଗ୍ରହୀ ଅଛନ୍ତି ? ଦଳର ସଭାପତି ଉଦ୍ଧବ ଠାକରେଙ୍କ ସହ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁଁ ଆପଣଙ୍କୁ କହୁଛି । ବର୍ତ୍ତମାନ ପଶ୍ଚିମବଙ୍ଗର ରାଜନୈତିକ ପରିସ୍ଥିତିକୁ ଦେଖିଲେ ଜଣାପଡ଼ୁଛି, ନିର୍ବାଚନୀ ଯୁଦ୍ଧରେ ଗୋଟିଏ ପଟେ ଦିଦି ଥିବାବେଳେ ଅପରପକ୍ଷରେ ଅନ୍ୟ ସମସ୍ତ ଦଳ ଅଛନ୍ତି । ମମତା ଦିଦିଙ୍କୁ ପରାସ୍ତ କରିବାକୁ ମନି, ମସଲ୍ସ ଏବଂ ମିଡ଼ିଆ ଭଳି ସମସ୍ତ 'ଏମ୍' ଫ୍ୟାକ୍ଚରକୁ ବ୍ୟବହାର କରାଯାଉଛି । ତେଣୁ ପଶ୍ଚିମବଙ୍ଗ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରି ମମତା ବାନାର୍ଜୀଙ୍କୁ ସମର୍ଥନ ନକରିବାକୁ ଶିବସେନା ନିଷ୍ପତ୍ତି ନେଇଛନ୍ତି । ଆମେ ନିଶ୍ଚିତ ଯେ ମମତା ବାନାର୍ଜୀ ବିଧାନସଭା ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିବେ । ମମତା ଦିଦି ହିଁ ବଙ୍ଗଳାର 'ପ୍ରକୃତ ସିଂହୀ' ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Sanjay Rout Announced Siv Sena Will Support Mamaa Banerjee in West Bengal Assembly Election.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X