ରାସ୍ତାରେ ବସି ରଘୁପତି ରାଘବ ଗାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ କଂଗ୍ରେସ ପାର୍ଟି ବାହାର କରିଛି । ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏବେ ରାହୁଲ ଗାନ୍ଧୀ ଆସାମରେ ଅଛନ୍ତି।ମନ୍ଦିର ଭିତରକୁ ତାଙ୍କୁ ଛଡ଼ା ନ ଯିବାରେ ସେ ରାସ୍ତାରେ ଉପରେ ଧାରଣାରେ ବସିଛନ୍ତି । ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ସେ ଅଭିଯୋଗ କରିଛନ୍ତି ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି। ରାହୁଲ ଗାନ୍ଧୀ କହିଛନ୍ତି ପୂର୍ବରୁ ତାଙ୍କୁ ମନ୍ଦିର ଯିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ ଆଜି ତାଙ୍କୁ ମନା କରାଯାଇଛି ।

rahul gandhi

ଭାରତ ଯୋଡୋ ନ୍ୟାୟ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆସାମର ନାଗାଓଁ ଜିଲାରେ ପହଞ୍ଚିଛି। ଏଠାରେ ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ରହିଛି। କାର୍ଯ୍ୟକ୍ରମ ଅନୁଯାୟୀ ରାହୁଲ ଗାନ୍ଧୀ ଆଜି ଶଙ୍କରଦେବ ମନ୍ଦିରକୁ ଯିବାର ଥିଳା। କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି। ରାହୁଲ ଗାନ୍ଧୀ କହିଛନ୍ତି ଆମେ ମନ୍ଦିରକୁ ଯିବାକୁ ଚାହୁଁଛୁ। ମୁଁ କେଉଁ ଅପରାଧ କରିଛି ମୁଁ ମନ୍ଦିରକୁ ଯାଇ ପାରିବି ନାହିଁ?

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ତାଙ୍କୁ ଅଟକା ଯିବାର କାରଣ ସଂକ୍ରାନ୍ତରେ ରାହୁଲ୍‌ ଗାନ୍ଧି ସୁରକ୍ଷା କର୍ମୀଙ୍କୁ ପଚାରୁଛନ୍ତି। ପ୍ରବେଶ ଅନୁମତି ନ ମିଳିବାରୁ ରାହୁଲ୍ ଗାନ୍ଧି ଏବଂ ଅନ୍ୟାନ୍ୟ କଂଗ୍ରେସକର୍ମୀମାନେ ନାଗାଓଁରେ ଧାରଣା ଦେଇଛନ୍ତି। ରାସ୍ତା ଉପରେ ବସି ରାହୁଲ ଗାନ୍ଧି, ଜୟରାମ ରମେଶ ଓ ଅନ୍ୟ କଂଗ୍ରେସ ନେତାମାନେ 'ରଘୁପତି ରାଘବ ରାଜାରାମ' ଗୀତ ଗାଇଛନ୍ତି।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ରାହୁଲ ଗାନ୍ଧୀ ମନ୍ଦିରକୁ ଯିବାକୁ ଚାହୁଁଥିଲେ। ଆମେ ଜାନୁଆରୀ ୧୧ ରୁ ଏହା ପାଇଁ ଚେଷ୍ଟା କରୁଛୁ। ଆମର ଦୁଇଜଣ ବିଧାୟକ ମଧ୍ୟ ମନ୍ଦିର କମିଟିଙ୍କୁ ଭେଟିଥିଲେ। ଆମେ ସେମାନଙ୍କୁ କହିଥିଲୁ ଆମେ ଜାନୁଆରୀ ୨୨ ରେ ସକାଳ ୭ଟାରେ ଆସିବୁ, କିନ୍ତୁ ଗତକାଲି ଜାନୁଆରୀ ୨୧ରେ ଆମକୁ ହଠାତ ଅପରାହ୍ନ ୩ ଟା ପରେ ଆସିବାକୁ କୁହାଗଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+