ଲଖୀମପୁର ଖେରୀ ଚାଷୀ ମୃତ୍ୟୁ ମାମଲା ଏକ ପ୍ରଯୋଜିତ ଷଡଯନ୍ତ୍ର ବୋଲି କହିଲା ଏସଆଇଟି
ଲଖୀମପୁର ଖେରୀ ଚାଷୀ ମୃତ୍ୟୁ ମାମଲା ଏକ ପ୍ରଯୋଜିତ ଷଡଯନ୍ତ୍ର ବୋଲି କହିଲା ଏସଆଇଟି
ଉତ୍ତରପ୍ରଦେଶରେ ଘଟିଥିବା ଲଖୀମପୁର ଖେରୀ ହିଂସା ମାମଲାରେ ଏକ ବଡ ଖୁଲାସା କରିଛି ଏସଆଇଟି। ଏହାର ତଦନ୍ତ କରୁଥିବା ଏସଆଇଟି ରିପୋର୍ଟ ଅନୁଯାୟୀ, ଲକ୍ଷ୍ମୀପୁର ହିଂସା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ଅଟେ। ଏହି ଘଟଣା ରଚା ଯାଇଥିଲା, ଏହା ଏକ ଦୁର୍ଘଟଣା ନୁହେଁ।

ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଲକ୍ଷ୍ମୀପୁର ହିଂସା ମାମଲାରେ ଦୁର୍ଘଟଣା ଦଫାକୁ ହଟାଇ ଆଇପିସିର ସେକ୍ଶନ ୧୨୦-ବି, ୩୦୭, ୩୪ ଏବଂ ୩୨୬ କୁ ଲାଗୁ କରାଯାଇଛି। ଅକ୍ଟୋବର ୩ ରେ, ଲକ୍ଷ୍ମୀପୁର ତିକୁନୀଆ ଠାରେ ହିଂସା କାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ସୂଚନାନୁସାରେ ଏହି ଘଟଣାରେ ମୁଖ୍ୟ ଆରୋପି ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ବର୍ତ୍ତମାନ ଜେଲରେ ଅଛନ୍ତି । ପ୍ରଥମେ ଆଶିଷ ମିଶ୍ର ହିଁ ନିଜ ବନ୍ଧୁକରୁ ହିଁ ଆନ୍ଦୋଳନକାରୀ ଚାଷୀ ମାନଙ୍କ ଉପରକୁ ଗୁଳି ଫୁଟାଇ ଫେରାର ହୋଇଯାଇଥିଲେ । ଉକ୍ତ ଗୁଳି କାଣ୍ଡରେ ୪ ଜଣ ଚାଷୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ଏବଂ ପରେ ହିଂସାକାଣ୍ଡ ଘଟି ଆଉ ୪ ଜଣଙ୍କ ମୃତ୍ୟ ହୋଇଥିଲା। ତେବେ କିଛିଦିନ ଫେରାର ରହିବା ପରେ ଆଶିଷ ମିଶ୍ରଙ୍କୁ ଗିରଫ କରିଥିଲା ପୋଲିସ । ଅନ୍ୟପକ୍ଷରେ ଅଜୟ ମିଶ୍ର ଟେନି ଦାବି କରିଛନ୍ତି ଯେ ଘଟଣା ସମୟରେ ତାଙ୍କ ପୁଅ ଆଶିଷ ମିଶ୍ର ଉପସ୍ଥିତ ନଥିଲେ।
ଏଠାରେ ସୂଚନା ଯୋଗ୍ୟଯେ, ଲାଖିମପୁର ହିଂସା ମାମଲାରେ ଉଭୟ ଏସଆଇଟି ଏବଂ ୟୁପି ସରକାରଙ୍କ କମିଶନ ଯାଞ୍ଚ କରୁଛନ୍ତି। ଉଭୟଙ୍କ ଅନ୍ତିମ ରିପୋର୍ଟ ଏପର୍ଯ୍ୟନ୍ତ ଆସିବ ନାହିଁ । ସିଜେଏମ କୋର୍ଟରେ ଏସଆଇଟି ତରଫରୁ ଏକ ଆବେଦନ କରାଯାଇଛି ଯେଉଁଥିରେ ଦଫା ଗୁଡିକ ପରିବର୍ତ୍ତନ କରିବାକୁ କୁହାଯାଇଛି କାରଣ ଏହି ଘଟଣା ହତ୍ୟା ଉଦ୍ଦେଶ୍ୟରେ କରାଯାଇଥିଲା . ଏହି ଘଟଣା ଏକ ଯୋଜନାବଦ୍ଧ ଢଙ୍ଗରେ କରାଯାଇଥିଲା । ସମ୍ପୂର୍ଣ୍ଣ ରିପୋର୍ଟ କୋର୍ଟରେ ଦାଖଲ ହେବ, ସେତେବେଳେ ଚିତ୍ର ସ୍ପଷ୍ଟ ହୋଇଯିବ। ବର୍ତମାନ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ରହିଥିବା ବେଳେ ଲଖୀମପୁର ଖେରୀ ଚାଷୀ ମୃତ୍ୟୁ ମାମଲାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି।












Click it and Unblock the Notifications