ଜେଲରୁ ବାହାରିବା ପରେ ପତ୍ନୀଙ୍କ ସହ ଚା ପିଉଥିବାର ଫଟୋ ପୋଷ୍ଟ କଲେ ସିସୋଦିଆ, ଲେଖିଲେ ଏମିତି କିଛି

୧୭ ମାସ ପରେ ଶୁକ୍ରବାର ସନ୍ଧ୍ୟାରେ ତିହାର ଜେଲରୁ ବାହାରିଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆ ସୋସିଆଲ ମିଡିଆରେ ତାଙ୍କ ପତ୍ନୀଙ୍କ ସହ ଏକ କପ ଚା ଧରି ସକାଳର ସେଲଫି ସେୟାର କରିଛନ୍ତି। ଜେଲ୍‌ରେ ଦୀର୍ଘ ଦିନ ରହିବା ପରେ ନିଜର ଭାବନାକୁ ପ୍ରକାଶ କରି ସିସୋଦିଆ ତାଙ୍କ ପୋଷ୍ଟ୍‌‌ରେ ଲେଖିଛନ୍ତି,''ସ୍ୱାଧୀନତାର ପ୍ରଥମ ସକାଳର ଚା ... ୧୭ ମାସ ପରେ।''

Manish Sisodia

ଶୁକ୍ରବାର ଦିନ ସୁପ୍ରିମକୋର୍ଟ ସିସୋଦିଆଙ୍କୁ ଜାମିନ ପ୍ରଦାନ କରି କହିଛନ୍ତି ଯେ ବିନା ବିଚାରରେ ତାଙ୍କର ଦୀର୍ଘ ଦିନ କାରାଗାରରେ ରହିବା ତାଙ୍କୁ ଶୀଘ୍ର ନ୍ୟାୟ ପାଇବା ଅଧିକାରରୁ ବଞ୍ଚିତ କରିଛି। ଉଲ୍ଲେଖଯୋଗ୍ୟ, ସମାନ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ମଧ୍ୟ ତିହାର ଜେଲରେ ବନ୍ଦୀ ଅଛନ୍ତି।

ମୁକ୍ତ ହେବାର କିଛି ସମୟ ପରେ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସେଠାରେ କେଜ୍ରିୱାଲ୍‌ଙ୍କ ପିତାମାତାଙ୍କୁ ପ୍ରଣାମ କରି ତାଙ୍କ ଆଶୀର୍ବାଦ ନେଇଛନ୍ତି।

ଫେବ୍ରୁଆରି ୨୦୨୩ ମସିହା ଫେବ୍ରୁଆରି ୨୬ ତାରିଖରେ ଦିଲ୍ଲୀ ସରକାରଙ୍କ ପ୍ରମୁଖ ବ୍ୟକ୍ତିତ୍ୱ ମନୀଷ ସିସୋଦିଆଙ୍କୁ ବର୍ତ୍ତମାନର ଦିଲ୍ଲୀର ମଦ ନୀତି ସହ ମାମଲା ସହ ଜଡିତ ଅନିୟମିତତା ଅଭିଯୋଗରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗିରଫ କରିଥିଲା।

ଏହା ପରେ ମାର୍ଚ ୯ ତାରିଖରେ ତାଙ୍କୁ ପ୍ରାରମ୍ଭିକ ସିବିଆଇ ଯାଞ୍ଚ ସହ ଜଡିତ ଅର୍ଥ ହେରଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା। ଫଳସ୍ୱରୂପ, ସିସୋଦିଆ ୨୦୨୩ ମସିହା ଫେବ୍ରୁଆରି ୨୮ ତାରିଖରେ ଦିଲ୍ଲୀ କ୍ୟାବିନେଟରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+