୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ହେବ ଏସଆଇଆର୍
ଭାରତର ନିର୍ବାଚନ କମିଶନ (ଇସିଆଇ) ଦେଶବ୍ୟାପୀ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ବିହାରରେ SIRର ସଫଳ କାର୍ଯ୍ୟାନ୍ବୟନ ପରେ, SIRର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର ଅନ୍ୟ ମନୋନୀତ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ ହେବ। ଏହି ଦ୍ୱିତୀୟ ପର୍ଯ୍ୟାୟ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ।

ଜ୍ଞାନେଶ କୁମାର ଆହୁରି କହିଛନ୍ତି,SIRର ଦ୍ୱିତୀୟ ପର୍ଯ୍ୟାୟ ଏବେ ମନୋନୀତ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଆରମ୍ଭ ହେବ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ତାଲିକାରେ ଯୋଗ୍ୟ ଭୋଟରମାନଙ୍କୁ ଯୋଡିବା ଏବଂ ଅଯୋଗ୍ୟ କିମ୍ବା ଡୁପ୍ଲିକେଟ ନାମକୁ ହଟାଇବା। ଏହା ଉଲ୍ଲେଖନୀୟ ଯେ, ୧୯୫୧ ରୁ ୨୦୦୪ ପର୍ଯ୍ୟନ୍ତ ଆଠ ଥର ଏପରି ସଂଶୋଧନ ହୋଇଛି। ସମସ୍ତ ରାଜନୈତିକ ଦଳ ସମୟ ସମୟରେ ଭୋଟର ତାଲିକାରେ ଥିବା ତ୍ରୁଟି ବିଷୟରେ ଅଭିଯୋଗ କରିଆସୁଛନ୍ତି।












Click it and Unblock the Notifications