୬ ରାଜ୍ୟରେ ବଢିଲା SIR ସମୟ ସୀମା

ନିର୍ବାଚନ ଆୟୋଗ ୬ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) କାର୍ଯ୍ୟକ୍ରମ ପରିବର୍ତ୍ତନ କରିଛନ୍ତି। ସମ୍ପର୍କିତ ରାଜ୍ୟଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିଥିବା ଅନୁରୋଧ ପରେ ଆୟୋଗ ନୂଆ ତାରିଖ ଜାରି କରିଛନ୍ତି। ସଂଶୋଧିତ କାର୍ଯ୍ୟକ୍ରମ ଅନୁସାରେ ଏବେ ନୋମିନେସନ ପ୍ରକ୍ରିୟା ଅର୍ଥାତ ଏନ୍ୟୁମରେସନ ପିରିୟଡ ଓ ଡ୍ରାଫ୍ଟ ଇଲେକ୍ଟୋରଲ ରୋଲ ପ୍ରକାଶ ତିଥିରେ ପରିବର୍ତ୍ତନ କରାଯାଇଛି।

SIR

ନୂଆ ସମୟ ସୀମା ଅନୁସାରେ ତାମିଲନାଡୁ ଓ ଗୁଜରାଟରେ ଏନ୍ୟୁମରେସନ ୧୪ ଡିସେମ୍ବର ୨୦୨୫ ସୁଦ୍ଧା ପୁରଣ ହେବ ଓ ଡ୍ରାଫ୍ଟ ଭୋଟର ଲିଷ୍ଟ ୧୯ ଡିସେମ୍ବର ୨୦୨୫ରେ ଜାରି ହେବ। ସେହିପରି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଆଣ୍ଡାମାନ ନିକୋବରରେ ଏହି ପ୍ରକ୍ରିୟା ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଡ୍ରାଫ୍ଟ ଲିଷ୍ଟ ଡିସେମ୍ବର ୨୩ରେ ଜାରି ହେବ। ତେବେ ଉତ୍ତରପ୍ରଦେଶରେ ଏହି ଅବଧି ସବୁଠୁ ଦୀର୍ଘ, ଏଠାରେ ଏନ୍ୟୁମରେସନ ଡିସେମ୍ବର ୨୬ ପର୍ଯ୍ୟନ୍ତ ଚାଲିବ ଓ ଡ୍ରାଫ୍ଟ ରୋଲ ୩୧ ଡିସେମ୍ବର ୨୦୨୫ରେ ପ୍ରକାଶ ପାଇବ। ଏହା ପୂର୍ବରୁ ଏନ୍ୟୁମରେସନର ଶେଷ ତାରିଖ ଡିସେମ୍ବର ୧୧ ତାରିଖ ଥିଲା ଓ ଡ୍ରାଫ୍ଟ ରୋଲ ପ୍ରକାଶ ତାରିଖ ୧୬ ଡିସେମ୍ବର ଥିଲା।

ଆୟୋଗ ସ୍ପଷ୍ଟ ରୂପେ କହିଛନ୍ତି ଯେ ଏହି ପରିବର୍ତ୍ତନ ରାଜ୍ୟଙ୍କ ଦାବି ଓ ପ୍ରଶାସନିକ ଆବଶ୍ୟକତାକୁ ଧ୍ୟାନରେ ରଖି କରାଯାଇଛି। ଏହା ଛଡା ଗୋଆ, ଗୁଜରାଟ, ଲକ୍ଷାଦ୍ୱୀପ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ଏନ୍ୟୁମରେସନ ଅବଧି ଡିସେମ୍ବର ୧୧ରେ ସମାପ୍ତ ହୋଇଛି। ଏଠାରେ ଡ୍ରାଫ୍ଟ ରୋଲ ଡିସେମ୍ବର ୧୬ ତାରିଖରେ ପ୍ରକାଶିତ ହେବ। ସେହିପରି କେରଳରେ ଏହି ସମୟ ସାରଣୀ ପୂର୍ବରୁ ସଂଶୋଧନ କରାଯାଇଛି। ଏଠାରେ ଡ୍ରାଫ୍ଟ ରୋଲ ଡିସେମ୍ବର ୨୩ରେ ପ୍ରକାଶିତ ହେବ।

ଆୟୋଗ କହିଛନ୍ତି ଯେ ଯେପରି କେହି ଯୋଗ୍ୟ ଭୋଟର ବାଦ ନ ପଡନ୍ତି ସେଥି ପାଇଁ ନୂଆ ଭୋଟରଙ୍କୁ ଫର୍ମ-୬ ପୁରଣ କରିବାକୁ ଉତ୍ସାହିତ କରାଯାଉଛି। ଇଛୁକ ନାଗରିକ ଏହି ଫର୍ମ ବିଏଲଓଙ୍କ ନିକଟରେ ଜମା କରିପାରିବେ ଅଥବା ଇସିଆଇ-ଏନଇଟି ଆପ ବା ୱେବସାଇଟ ମାଧ୍ୟମରେ ଅନଲାଇନ ଆବେଦନ ମଧ୍ୟ କରିପାରିବେ। ଚୂଡ଼ାନ୍ତ ଭୋଟର ଲିଷ୍ଟ ଫେବୃଆରୀ ୨୦୨୬ରେ ଜାରି କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+