ଭଜନ ଗାଇ ବିବାଦରେ ୟୁଟ୍ୟୁବ୍ କଣ୍ଠଶିଳ୍ପୀ ଫରମାନୀ ନାଜ୍
ଅଡୁଆରେ ୟୁଟ୍ୟୁବ୍ କଣ୍ଠଶିଳ୍ପୀ ଫରମାନୀ ନାଜ୍ । ଲୋକପ୍ରିୟ ହରହର ଶମ୍ଭୁ ଗୀତ ଗାଇବା ପରେ ଦେଖା ଦେଇଛି ବିବାଦ।
ଲକ୍ଷ୍ନୌ: ଅଡୁଆରେ ୟୁଟ୍ୟୁବ୍ କଣ୍ଠଶିଳ୍ପୀ ଫରମାନୀ ନାଜ୍ । ଲୋକପ୍ରିୟ ହରହର ଶମ୍ଭୁ ଗୀତ ଗାଇବା ପରେ ଦେଖା ଦେଇଛି ବିବାଦ। ତେବେ ଏହା ଇସଲାମ ବିରୋଧୀ ବୋଲି କହିଛନ୍ତି ସ୍ଥାନୀୟ ମୌଲାନା । ଏହାକୁ ନେଇ ଫରମାନୀଙ୍କୁ ଧମକ ମିଳିଛି ।

ଉତ୍ତରପ୍ରଦେଶ ମୁଜାଫରନଗରର ମୋହମ୍ମଦପୁର ଗାଁରେ ରୁହନ୍ତି କଣ୍ଠଶିଳ୍ପୀ ଫରମାନୀ ନାଜ୍ । ପୂର୍ବରୁ ସେ ଇଣ୍ଡିଆନ୍ ଆଇଡଲ୍ରେ ଗୀତ ଗାଇ ଲୋକଙ୍କ ମନ ମୋହିଥିଲେ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହରହର ଶମ୍ଭୁ ଗୀତ ଗାଇ ଥିଲେ । ଏହାପରେ ଅନେକ ଦର୍ଶକ ଏହାକୁ ଦେଖିଛନ୍ତି । ପସନ୍ଦ ମଧ୍ୟ କରିଛନ୍ତି । କିନ୍ତୁ ଏହାକୁ ସ୍ଥାନୀୟ ମୌଲାନା ବିରୋଧ କରିଛନ୍ତି । ମୌଲାନା କହିଛନ୍ତି ଯେ, "ଅନ୍ୟ ଜାତିର ପ୍ରଚାର କଲା ଭଳି କୌଣସି କାର୍ଯ୍ୟ ମୁସଲମାନ କରିପାରିବେ ନାହିଁ । ତାସହିତ ଇସଲାମରେ ଗୀତ ଗାଇବା ନାଚ କରିବା ହାରମ । ଏହା ଇସ୍ଲାମ ଶିକ୍ଷାର ବିରୁଦ୍ଧରେ । ଏଥିପାଇଁ ଫରମାନୀ ନାଜ୍ କରିଥିବା ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରନ୍ତୁ ।"
ଅନ୍ୟପଟେ ଫରମାନୀ ଏହି ବିବାଦ ନେଇ ମତ ରଖିଛନ୍ତି , "ହରହର ଶମ୍ଭୁ ଗୀତ ଏକ ଲୋକପ୍ରିୟ ଭଜନ ହୋଇ ସାରିଛି । ଶ୍ରାବଣ ମାସରେ କାଉଡ଼ିଆଙ୍କ ଉଦ୍ଦେଶ୍ୟରେ ଏହି ଗୀତ ରେକର୍ଡ କରାଯାଇଛି । ଜଣେ କଳାକାର ଭାବରେ ମୁଁ ଏହି ଗୀତ ଗାଇଛି ।"












Click it and Unblock the Notifications